ଅନୁକ୍ରୀତି ୱାସ୍ ହେଲେ ଫେମିନା ମିସ୍ ଇଣ୍ଡିଆ ୨୦୧୮ର ବିଜେତା

ଫେମିନା ମିସ୍ ଇଣ୍ଡିଆ ୨୦୧୮ର ୫୫ତମ ପ୍ରତିଯୋଗିତାରେ ବାଜିମାର୍ କଲେ ତାମିଲନାଡୁର ତରୁଣୀ ମିସ୍ ଅନୁକ୍ରୀତି ୱାସ୍ । ସମସ୍ତଙ୍କୁ ପଛରେ ପକାଇ ପିନ୍ଧିଥିଲେ ବିଜୟର ମୁକୁଟ । ଏଥିରେ ହରିୟାନାର ମିସ୍ ମିନାକ୍ଷୀ ଚୌଧୁରୀ ପ୍ରଥମ ରନର୍ ଅପ୍ ହୋଇଥିବା ବେଳେ ଆନ୍ଧ୍ରପ୍ରଦେଶର ମିସ୍ ଶ୍ରିୟା ରାଓ ଦ୍ୱିତୀୟ ସ୍ଥାନ ଲାଭ କରିଛନ୍ତି । ମୁମ୍ବାଇ ଡୋମ୍ସ୍ଥିତ ଏନ୍ଏସସିଆଇ ଷ୍ଟାଟିୟମରେ ଅନୁଷ୍ଠିତ ଏହି ପୋଗ୍ରାମର ଆୟୋଜନା କରିଥିଲେ ନିର୍ଦ୍ଦେଶକ କରଣ ଜୋହର ଓ ଅଭିନେତା ଆୟୁଷ୍ମାନ ଖୁରାନା । ୨୦୧୭ ମିସ୍ ୱାର୍ଲଣ୍ଡର ବିଜେତା ମାନୁଷୀ ଚିଲ୍ଲାର ଅନୁକ୍ରୀତିଙ୍କୁ ବିଜୟର ମୁକୁଟ ପିନ୍ଧାଇବା ସହିତ ମାଧୁରୀ ଦିକ୍ଷିତ,କରୀନା କପୁର ଓ ଜ୍ୟାକଲିନ୍ ନୃତ୍ୟ ପରିବେଷଣନ କରି ଦର୍ଶକଙ୍କ ମନମୋହନ କରିଥିଲେ । ୧୦୧୮ ମିସ୍ ୱାର୍ଲଣ୍ଡ ପ୍ରତିଯୋଗିତାରେ ଭାରତରୁ ଅନୁକ୍ରୀତି ପ୍ରତିନିଧିତ୍ୱ କରିବେ ବୋଲି ଏଥିରୁ ଜଣାପଡିଛି ।

Comments are closed.