ଖୁସି ଚାରିଟେବୁଲ ଟ୍ରଷ୍ଟ ତରଫରୁ ରାଷ୍ଟ୍ରୀୟ ଯୁବ ଦିବସ ପାଳିତ

କଳାହାଣ୍ଡି, ବୁଦ୍ଧେଶ୍ୱର ଚୌଧୁରୀ : ଖୁସି ଚାରିଟେବୁଲ ଟ୍ରଷ୍ଟ କଳାହାଣ୍ଡି ପକ୍ଷରୁ ରାଷ୍ଟ୍ରୀୟ ଯୁବ ଦିବସ ପାଳନ ହୋଇଯାଇଛି l ପ୍ରଥମେ ଉପ ସଭାପତି ପ୍ରବୀଣ କୁମାର ସାଏ ଅତିଥି ପରିଚୟ ଦେଇଥିଲେ l ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଘାସିରାମ ରଣା, ମୁଖ୍ୟ ବକ୍ତା ଉପେନ୍ଦ୍ର ଚାଲାନ, ଉପଦେଷ୍ଟା ଭୁବନ ହରି ପ୍ରଧାନ, ଅତିଥି ଭାବେ ଗୌରହରି କାଣ୍ଡ ଉପସ୍ଥିତ ରହି ସ୍ଥାନୀୟ ଯୁବ ସମାଜ କୁ ଉଦବୋଧନ ଦେଇଥିଲେ l ସଭାପତି ରୋମାଞ୍ଚଳ ରଣା ଆଗାମୀ ଦିନର କାର୍ଯ୍ୟକ୍ରମ ବିଷୟରେ ସମସ୍ତଙ୍କୁ ଅବଗତ କରିଥିଲେ l ଅତିଥି ମାନେ ବିବେକାନନ୍ଦ ଙ୍କ ପ୍ରତିମୂର୍ତ୍ତି ଉପରେ ପୁଷ୍ପ ମାଲ୍ୟାପ୍ରଣ ଓ ପୂଜା କରି କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ l ଏହି ଅବସରରେ କଳାହାଣ୍ଡି ର ସୁପରିଚିତ ସ୍ବେଛାସେବୀ ସଂଗଠନ ସୋସିଆଲ ଆକ୍ଟିଭିଷ୍ଟ ଅଫ କଳାହାଣ୍ଡି ର କୋଷାଧକ୍ଷ ବୀରେନ୍ଦ୍ର ଚୌଧୁରୀ, ସୁନିତା ବାଗ,ରାଜେଶ୍ୱରୀ ସାହୁ ଓ କିଛି ଯୁବ ସ୍ବେଛାସେବୀ ମାନଙ୍କୁ ଟ୍ରଷ୍ଟ ପକ୍ଷରୁ ସମ୍ମାନିତ କରାଯାଇଥିଲା l ପରେ ସହ ସମ୍ପାଦକ ଗୋକୁଳ ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l ଏହି ଅବସରରେ ଟ୍ରଷ୍ଟ ର ବିରନ୍ତ ନାଏକ, ବଳଭଦ୍ର ନାଏକ, ଧ୍ରୁବ ନାଏକ, ଭଗବାନ ଗୌଡ଼, ପୂର୍ଣ୍ଣ ଚନ୍ଦ୍ର ରଣା, ତୋଫାନ ମାଝୀ ଉପସ୍ଥିତ ରହି ସହଯୋଗ କରିଥିଲେ l

Comments are closed.