ଏହି ୬ଟି ସମୟରେ ଆପଣ ନିଶ୍ଚିତ ବ୍ୟବହାର କରୁଥିବେ ମୋବାଇଲକୁ !
ଦୈନନ୍ଦିନ ଜୀବନରେ ମୋବାଇଲ କିଏ ବା ବ୍ୟବହାର ନ କରୁଛି ! ମୋବାଇଳକୁ ଆମେ ନିଜର ଏକ ସାଥୀ ବୋଲି ମଧ୍ୟ ମାନି ଥାଉ । ଲକ୍ଷାଧିକ ଲୋକ ଦିନକୁ ପ୍ରାୟ ୧୫୦ ଥର ନିଜ ଫୋନକୁ ଦେଖୁଥିବାର ଗବେଷକମାନେ ମତ ଦେଇଛନ୍ତି । ତେବେ ଜାଣନ୍ତୁ କେଉଁ ୬ଟି ସମୟରେ ଆପଣ ନିଶ୍ଚିତ ରୂପେ ମୋବାଇଲ ଫୋନକୁ ବ୍ୟବହାର କରିଥାନ୍ତି ।
-ସକାଳ ସମୟ , ସକାଳୁ ଉଠିବା ମାତ୍ରେ ଆପଣ ମୋବାଇଲକୁ ଦେଖିବା ସହିତ ବିଭିନ୍ନ ବିଷୟରେ ଚେକ୍ କରିଥାନ୍ତି । ଏହାଦ୍ୱାରା ଆପଣ ସବୁ କାମର ଅପଡେଟ୍ ତଥ୍ୟ ପାଇଥାନ୍ତି ।
-କାମକୁ ଯିବା ପୂର୍ବରୁ, ଲୋକମାନେ ପ୍ରାୟତଃ ନିଜ କାମକୁ ଯିବା ପୂର୍ବରୁ ଫୋନକୁ ଚେକ୍ କରିଥାନ୍ତି । ଏହାଦ୍ୱାରା ଆପଣଙ୍କ ମନରେ ଥିବା ଦୁଃଖ ଓ ଅନ୍ୟାନ୍ୟ ଚିନ୍ତା ଦୂର ହୋଇଯାଏ ।
-କାହାକୁ କାମ ଦେବା ପରେ, ଯଦି ଆପଣ କାହାକୁ କିଛି କାମ କରିବା ପାଇଁ ଦିଅନ୍ତି ତ ବାରମ୍ବାର ଫୋନକୁ ଦେଖିଥାନ୍ତି, କେଉଁ ମୁହୂର୍ତ୍ତରେ ସେ କାମକୁ ସାରି ଫୋନ କରିବ ବୋଲି ।
-ପଢିବା ସମୟରେ, ପଢିବା ସମୟରେ ପ୍ରାୟ ଛାତ୍ରଛାତ୍ରୀ ମୋବାଇଲକୁ ବ୍ୟବହାର କରିଥାନ୍ତି । ବେଶି ସମୟ ପଢିବାଦ୍ୱାରା ମୁଣ୍ଡ ଉପରେ ପ୍ରେସର ପଡିଥାଏ, ଯାହାକୁ ଫୋନରେ ଗୀତ ଶୁଣିବା କି ଗେମ୍ ଖେଳିବା ଦ୍ୱାରା ଦୂର କରାଯାଇପାରିବ ।
-ଶୋଇବା ପୂର୍ବରୁ, ଦିନସାରାର ଧକାପଣ ପରେ ରାତିରେ ଶୋଇବା ପୂର୍ବରୁ ସମସ୍ତେ ମୋବାଇଲକୁ ଦେଖିଥାନ୍ତି । ଏହାଦ୍ୱାରା ଆପଣଙ୍କୁ ନିଦ ଠିକରେ ନହେବାର ଚାନ୍ସ ଥାଏ , ଫଳରେ ଶରୀରରେ ଆଳସ୍ୟପଣ ଆରମ୍ଭ ହୁଏ ।
-ଶୋଇବା ସମୟରେ, ରାତିରେ ଶୋଇବା ସମୟରେ ଥରେ କି ଦୁଇ ଥର ଆମ ନିଦ ଭାଙ୍ଗିଥାଏ । ଏହି ସମୟରେ ସମସ୍ତେ ମୋବାଇଲକୁ ଖୋଜି ନିଦ ନ ଲାଗିଲା ପର୍ଯ୍ୟନ୍ତ ବ୍ୟବହାର କରିଥାନ୍ତି । ପରନ୍ତୁ ଏହା ଦ୍ୱାରା ଆପଣଙ୍କର ନିଦ ପୁରା ହୁଏ ନାହିଁ ଓ ଶରୀରରେ ଥକାପଣ ସୃଷ୍ଟି ହୁଏ ।
Comments are closed.