‘ହାଉସଫୁଲ୍ ୪’ର ସୁଟିଂ ଆରମ୍ଭ

ସୁପରଷ୍ଟାର ଅକ୍ଷୟ କୁମାର ଅଭିନିତ ‘ହାଉସ୍ଫୁଲ’ ଚଳଚ୍ଚିତ୍ରର ଚତୁର୍ଥ ସିକ୍ୱେଲ୍ ପାଇଁ ସୁଟିଂ ଆରମ୍ଭ ହୋଇସାରିଛି । ଅକ୍ଷୟ ଟ୍ୱିଟ୍ କରି ଏହା ଜଣାଇଛନ୍ତି । ଏଥିରେ ବବି ଦିଓଲ୍ ଅଭିନୟ କରୁଥିବା ଦେଖିବାକୁ ମିଳିବେ । ସେହିପରି ପୂର୍ବରୁ ହାଉସ୍ଫୁଲର ସମସ୍ତ ସିକ୍ୱେଲ୍ରେ ଅଭିନୟ କରି ଲୋକଙ୍କୁ ହର୍ସାନ୍ୱିତ କରିଥିବା ଅଭିନେତା ରିତେଶ ଦେଶ୍ମୁଖ ଏଥର ବି ନିଜ କମେଡ଼ିରେ ସମସ୍ତଙ୍କୁ ହସାଇବା ପାଇଁ ପ୍ରସ୍ତୁତ ଅଛନ୍ତି । ଫିଲ୍ମରେ କୃତି ସେନନ ଓ କୃତି ଖରବନ୍ଦା ମଧ୍ୟ ନଜର ଆସିବେ । ହାଉସ୍ଫୁଲରେ ପ୍ରଥମ ଥର ପାଇଁ ବବି ଦିଓଲ ଅଭିନୟ କରୁଛନ୍ତି । ସେହିପରି ଉଭୟ କୃତି ସେନନ୍ ଓ କୃତି ଖରବନ୍ଦା ମଧ୍ୟ ହାଉସ୍ଫୁଲ-୪ରେ ପ୍ରଥମ ଥର ପାଇଁ ଅଭନୟ କରୁଛନ୍ତି । ଜାଣିରଖନ୍ତୁ ଯେ ପୂର୍ବରୁ ରିଲିଜ୍ ହୋଇଥିବା ହାଉସ୍ଫୁଲର ତିନୋଟିଯାକ ସିକ୍ୱେଲ୍ ବକ୍ସ ଅଫିସ୍ରେ ହିଟ୍ ହୋଇଥିଲା । ଏଥର ମଧ୍ୟ ଫିଲ୍ମଟି ସୁପରହିଟ ହେବ ବୋଲି ଆଶା କରାଯାଉଛି ।

Comments are closed.