ତ୍ୱଚାକୁ ନେଇ ଚିନ୍ତତ କି ? ଶୋଇବା ପୂର୍ବରୁ କରନ୍ତୁ ଏପରି

ଭୁବନେଶ୍ୱର: ଆମ ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ତ୍ୱଚାର ଯତ୍ନ ନେବା ଅତ୍ୟନ୍ତ ଆବଶ୍ୟକ ହୋଇଥାଏ । ଏଥିପାଇଁ ଆମେ ବଜାରରୁ କିଣି ଆଣନ୍ତି ବିଭିନ୍ନ ପ୍ରକାରର ପ୍ରସାଧନ ସାମଗ୍ରୀ । ଯାହା ପରେ ଆମ ତ୍ୱଚା ଉପରେ ଗଭୀର ପ୍ରଭାବ ପକାଇଥାଏ । ତ୍ୱଚାକୁ ସୁସ୍ଥ ରଖିବା ପାଇଁ, ରାତିରେ ଶୋଇବା ପୂର୍ବରୁ ତ୍ୱଚାର ଖାସ୍‌ ଯତ୍ନ ନେବା ଆବଶ୍ୟକ । ରାତିରେ ତ୍ୱଚାର ଅଧିକ ଯତ୍ନ ନେବା ଆବଶ୍ୟକ ହୋଇଥାଏ । ଏହା ଦ୍ୱାରା ତ୍ୱଚାରେ ଚମକ ଆସିଥାଏ । ତେବେ ଆସନ୍ତୁ ଜାଣିବା ରାତିରେ ଶୋଇବା ପୂର୍ବରୁ କିପରି ତ୍ୱଚାର ଯତ୍ନ ନେବା ଆବଶ୍ୟକ ।

-ରାତିରେ ଶୋଇବା ପୂବରେ ତ୍ୱଚାରେ ଲାଗିଥିବା ମେକଅପ୍‌ ରିମୁଭ୍‌ କରିବା ଅତ୍ୟନ୍ତ ଜରୁରୀ । ତ୍ୱଚାକୁ କପଡାରେ ରଗଡି ସଫା ନକରି, ମେକଅପ୍‌ ରିମୁଭର କିମ୍ବା ନଡିଆ ତେଲ ବ୍ୟବହାର କରି ରିମୁଭ୍‌ କରିବା ଆବଶ୍ୟକ ।

-ତ୍ୱଚାରୁ ମେକଅପ୍‌ ରିମୁଭ୍‌ କରିବା ପରେ, କ୍ଲିନଜର ଲଗାଇବା ଉଚିତ୍‌ । ଏହା ତ୍ୱଚାକୁ ଭଲଭାବେ ପରିଷ୍କାର କରିବାରେ ସାହାଯ୍ୟ କରେ । ତ୍ୱଚାରେ କିଛିବି ବ୍ୟବହାର କରିବା ପୂର୍ବରୁ, ତ୍ୱଚାକୁ ପରିଷ୍କାର କରିବା ଜରୁରୀ ।

-ତ୍ୱଚାରେ କ୍ଲିନଜର୍‌ ଲଗାଇବା ପରେ, ଟୋନର ଲଗାଇବା ଆବଶ୍ୟକ । ରାତିରେ ଶୋଇବା ପୂର୍ବରୁ ଟୋନର ବ୍ୟବହାର କରିବା ଅତି ଆବଶ୍ୟକ । ଏହାଦ୍ୱାରା ତ୍ୱଚାରେ ଚମକ ଆସିଥାଏ ।
-ରାତିରେ ଶୋଇବା ପୂର୍ବରୁ ତ୍ୱଚାରେ କ୍ଲିନଜର,ଟୋନର ଲଗାଇବା ପରେ, କ୍ରୀମ୍‌ କିମ୍ବା ସେରମ ଲଗାଇ ଧିରେ ଧିରେ ତ୍ୱଚାକୁ ମସାଜ୍‌ କରିବେ । ଏପରି କରିବା ଦ୍ୱାରା ତ୍ୱଚା ସୁସ୍ଥ ଏବଂ ଚମକଦାର ହୋଇଥାଏ ।

Comments are closed.