ମଶା ପାଇଁ ଚିନ୍ତିତ କି ? ଜାଣନ୍ତୁ କିପରି ଦେଶୀ ବ୍ୟବସ୍ଥାରେ ଦୂର ହେଉଛନ୍ତି ମଶା ?
ଦେଶୀ ଉପାୟରେ ମଶା ଦୂର କରି ଏବେ ସୋସିଆଲ ମିଡ଼ିଆରେ ଟ୍ରେଣ୍ଡ ସାଜିଛି ଏକ ଭିଡ଼ିଓ । ଅୱିନ୍ ଶରଣ ନାମରେ ଜଣେ ବ୍ୟକ୍ତି ଟ୍ୱିଟର ଆକାଉଣ୍ଟରେ ଭିଡ଼ିଓଟେ ଅପଲୋଡ଼ କରିଛନ୍ତି । ଭିଡ଼ିଓକୁ କେଇ ଘଣ୍ଟା ମଧ୍ୟରେ ୬ଲକ୍ଷ ୫୦ ହଜାର ଲୋକ ଦେଖିସାରିଲେଣି ଓ ୨୮ ହଜାର ଲୋକ ଏହାକୁ ପସନ୍ଦ କରିଛନ୍ତି । ଭିଡ଼ିଓରେ ଆମ ଭାରତୀୟଙ୍କ ଦେଶୀ ବ୍ୟବସ୍ଥା ଦେଖିବାକୁ ପାଇବେ । ଦେଶର ପ୍ରତିଟି ଅଞ୍ଚଳରେ ମଶାଙ୍କ ଦୌରାତ୍ମ୍ୟ ବଢ଼ିବାରେ ଲାଗିଛି ।
ମଶାଙ୍କ କବଳରୁ ରକ୍ଷା ପାଇବାକୁ ଏବେ ବିଭିନ୍ନ ପ୍ରକାରର ଅତ୍ୟାଧୁନିକ ସୁବିଧା ବାହାରିଲାଣି । ତା’ ସତ୍ତେ୍ୱ ମଶା କାମୁଡ଼ାରୁ ବର୍ତ୍ତିବା ସହଜ ନୁହେଁ । ହେଲେ ଆମର ଦେଶୀ ବ୍ୟବସ୍ଥାରେ ମଶା ଶେଷରେ ହାର ମାନିଛନ୍ତି । ନିମ୍ବ ପତ୍ର ଧୂଆଁରେ ମଶା ଦୂରେଇଯାନ୍ତି ।
ହରିୟାଣା ବାସିନ୍ଦା ଜଣେ ଲୋକ ତାଙ୍କ ଗୋଶାଳାରେ ମଶାଙ୍କ କବଳରୁ ଗାଈଗୋରୁ ରକ୍ଷା କରିବାକୁ ଯାଇ ନିମ୍ବ ପତ୍ର ଧୂଆଁ ଦେଇ ଫ୍ୟାନ ଲଗାଇଥିଲେ । ଗୋଶାଳାର ପ୍ରତିଟି କୋଣକୁ ଫ୍ୟାନ ପବନରେ ନିମ୍ବ ଧୂଆଁ ପହଞ୍ଚିବାରୁ ମଶା ପଳାଇଥିଲେ । ଭାରତୀୟଙ୍କ ବୁଦ୍ଧି ସାମାଜିକ ଗଣମାଧ୍ୟମ ଜରିଆରେ ପୂରା ବିଶ୍ୱବାସୀ ଦେଖି ପ୍ରଶଂସା କରିଛନ୍ତି ।
Comments are closed.