ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ

ଖୋର୍ଦ୍ଧା(ରାକେଶ କୁମାର ଜଗଦେବ) : ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକର ଚାଷଙ୍ଗରା ଗ୍ରାମସ୍ଥିତ ଭାଲେରୀ ଉଚ୍ଚ ବିଦ୍ୟାଳୟର ୨୦୦୧ ବ୍ୟାଚରେ ଦଶମ ଶ୍ରେଣୀରେ ଅଧ୍ୟୟନ କରୁଥିବା ଛାତ୍ର ଛାତ୍ରୀ ମାନଙ୍କର ଏକ ବନ୍ଧୁ ମିଳନ ଉତ୍ସବ ଦିର୍ଘ ଦୁଇ ଦଶନ୍ଧି ପରେ ଆନନ୍ଦ ଉଲ୍ଲାସର ସହ ଶାଳିଆ ଡ୍ୟାମ ନିକଟସ୍ଥ ମା ତାରିଣୀ ଦେବୀଙ୍କ ପୀଠରେ ଅନୁଷ୍ଠିତ ହୋଇ ଯାଇଛି | ଅନୁଷ୍ଠିତ ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମ ଦିର୍ଘ ଦୁଇ ଦଶନ୍ଧି ପରେ ଆୟୋଜନ ଜରାଯାଇଥିବାରୁ ପୁରାତନ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ଦେଖା ଦେଇଥିଲା | ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମସ୍ତେ ସ୍କୁଲ ଦିନର ଅଭୁଲା ଅତୀତର ସ୍ମୁତିକୁ ମନେ ପକାଇଥିଲେ | ଏହି ଅବସରରେ ପିଲା ଦିନର ସ୍ମୁତିକୁ ଉଜ୍ଜୀବିତ ଜରିବା ପାଇଁ କବିତା ,ନାଚ ,ଗୀତ ଆୟୋଜନ କରାଯାଇଥିଲା | ଏଥିରେ ପୁରତନ ଛାତ୍ର ଛାତ୍ରୀ ମାନେ ଅଂଶ ଗ୍ରହଣ କରି ନିଜକୁ ହଜାଇ ଦେଇଥିଲେ | ଆସନ୍ତା ବର୍ଷ ଠାରୁ ପ୍ରତିବର୍ଷ ଵନ୍ଧୁ ମିଳନ କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି ନିଷ୍ପତି ଗ୍ରହଣ କରାଯାଇଥିଲା |

Comments are closed.