କର୍ମଜୀବୀ ମହିଳା କରନ୍ତୁ ଏପରି, ରହିବେ ଫିଟ୍
ଭୁବନେଶ୍ୱର: ଆଜିକାଲି ମହିଳା ଓ ପୁରୁଷ ସମସ୍ତେ ସମାନ । ମହିଳା କେବଳ ଘର ନୁହେଁ ଅଫିସ ମଧ୍ୟ ସମ୍ଭାଳୁଛି । ବେଳେବେଳେ ଘର ଓ ଅଫିସ ସମ୍ଭାଳୁ ସମ୍ଭାଳୁ ନିଜପାଇଁ ସମୟ ବାହାର କରିବାକୁ ଭୁଲିଯାଏ । ଯାହା ଫଳରେ ସେ ଅତି କମ୍ ବୟସରେ ରୋଗାଗ୍ରସ୍ତ ହୋଇଯାଇଥାଏ । ବିଭିନ୍ନ ପ୍ରକାରର ରୋଗ ଯଥା: ଆଣ୍ଠୁ ଗଣ୍ଠି ପିଡ଼ା ଠାରୁ ଆରମ୍ଭ କରି ଗ୍ୟାସଟ୍ରିକ, ବ୍ୟାକପେନ୍, ଚର୍ମ କୁଞ୍ଚନ ପଡ଼ିଯିବା, ଚୁଟି ଝଡ଼ିବା ସମସ୍ତ ପ୍ରକାରର ରୋଗ ସହ ଦୁର୍ବଳତାର ଶିକର ହୋଇଥାଏ । କେବଳ କିଛି ସମୟ ସକାଳୁ ନିଜକୁ ଦେବା ଦ୍ୱାରା ଆପଣ ଏହି ସବୁ ପ୍ରୋବଲେମରୁ ମୁକ୍ତ ପାଇପାରିବେ ।
କର୍ମଜୀବୀ ମହିଳା ଫିଟ୍ ରହିବା ପାଇଁ ପ୍ରତିଦିନ ଯୋଗାସନ କରିବା ନିହାତି ଜରୁରୀ । ତେଣୁ ପ୍ରତିଦିନ ଏଥି ନିମନ୍ତେ କିଛି ସମୟ ବାହାର କରିବା ପାଇଁ ଭୁଲନ୍ତୁ ନାହିଁ ।
ପଶ୍ଚିମୋତାଶନ :
ଭୂମି ଉପରେ ପ୍ରଥମେ ଯୋଗ ମ୍ୟାଟ୍ ପକାଇ ଗୋଡ଼ ଦୁଇଟିକୁ ଆଗକୁ କରି ବସନ୍ତୁ । ଧ୍ୟାନ ରଖିବେ ଯେପରି ଗୋଡ଼ ଦୁଇଟି ଓ ଗୋଇଠି ପରସ୍ପର ସହିତ ଲାଗି କରି ରହିବ ।
ପିଠି ତଥା ବେକକୁ ସିଧା କରି ବସନ୍ତୁ । ଏହାପରେ ଦୁଇ ହାତକୁ ଉପରକୁ ଉଠାଇ ନଶ୍ୱାସ ଛାଡ଼ିବା ଅବସ୍ଥାରେ ଧିରେ ଧିରେ ଆଗକୁ ମୁଣ୍ଡ ନୁଆଁଇ ଗୋଡ଼ରେ ଲଗାନ୍ତୁ । ଏହି ସମୟରେ ଗୋଡ଼ ଆଙ୍ଗୁଠିକୁ ହାତରେ ଧରିବା ପାଇଁ ଚେଷ୍ଟା କରନ୍ତୁ । ଆଗକୁ ନଇଁବା ସମୟରେ ମୁଣ୍ଡକୁ ଏପଟ ସେପଟ କରନ୍ତୁ ନାହିଁ । କିଛି ସମୟ ଏପରି ଅବସ୍ଥାରେ ରହି ସାଧାରଣ ଭାବରେ ନିଶ୍ୱାସ ନିଅନ୍ତୁ । ଶେଷରେ ଜୋରରେ ନିଶ୍ୱାସ ନେଇ ଧିରେ ଧିରେ ପୂର୍ବ ଅବସ୍ଥାକୁ ଫେରି ଆସନ୍ତୁ ।
ସାବଧାନତା:
– ପ୍ରଥମେ ପ୍ରଥମେ କରୁଥିଲେ କମ୍ ସମୟ କରି ଅଭ୍ୟାସ କରି ଧିରେ ଧିରେ ସମୟ ବଢ଼ାନ୍ତୁ ।
– ଯୋଗାସନ ସମୟରେ ନିଶ୍ୱାସ ନେବା ଏବଂ ଛାଡ଼ିବାର ପ୍ରକ୍ରିୟାକୁ ଭଲ ଭାବେ ବୁଝି ଯୋଗ କରନ୍ତୁ ।
– ଗର୍ଭବତୀ ମହିଳାମାନେ ଏହି ଯୋଗ କରନ୍ତୁ ନାହିଁ । ଆଜମା, ଅଲସର ଏବଂ ଆଣ୍ଠୁଗଣ୍ଠି ସମସ୍ୟା ଥିବା ରୋଗୀ ଏହି ଯୋଗ କରନ୍ତୁ ନାହିଁ ।
ଫାଇଦା :
ଏହି ଆସନ କରିବା ଫଳରେ ପାଚନତନ୍ତ୍ରକୁ ଠିକ୍ ରହେ ଓ ସ୍ପାଇନାଲ୍ କମ୍ପ୍ରେସନରୁ ମୁକ୍ତି ମିଳିଥାଏ ।
ଡାଇବେଟିସ୍ ନିୟନ୍ତ୍ରଣ ହୁଏ, ପେଟର ଚର୍ବି କମେ, ମନ ଶାନ୍ତ ରହେ ଏବଂ ଭୋକ ବୃଦ୍ଧି ହୋଇଥାଏ ।
Comments are closed.