ନୟାଗଡ ଜିଲ୍ଲା ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ବିଶାଳ ମହିଳା ସମାବେଶ

ଦଶପଲ୍ଲା, ପୁଷ୍ପଲତା ପ୍ରଧାନ : ନୟାଗଡ ଜିଲ୍ଲା ନୂଆଗାଁ କଲେଜ୍ ପଡ଼ିଆରେ ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ର ବିଶାଳ ମହିଳା ସମାବେଶ ଅନୁଷ୍ଠିତ ହୋଇଯାଇଛି।ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବିଶାଳ ମହିଳା ସମାବେଶ ରେ ପ୍ରଥମ କରି ମହିଳା ମାନଙ୍କ ପାଇଁ ୫୦ ପ୍ରତିଶତ ସଂରକ୍ଷଣ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ବିଧାନ ସଭାରେ ଉପସ୍ଥାପନ କରି ଇତିହାସ ସୃଷ୍ଟି କରିଥିବା ବିଧାୟକ ବର୍ଣ୍ଣନା କରିଥିଲେ।ତତ୍ ସହିତ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଦଳ ମହିଳା ମହୋତ୍ସବ ସୃଷ୍ଟି କରିଥିବା କହିଥିଲେ।ମହିଳା ମାନଙ୍କ ପାଇଁ ୫୦ ପ୍ରତିଶତ ସଂରକ୍ଷଣ ପାଇଁ ଦସ୍ତଖତ ଅଭିଯାନ ପ୍ରତି ପଞ୍ଚାୟତ ରେ ଆରମ୍ଭ ପାଇଁ ବିଧାୟକ କହିଥିଲେ।ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଯୋଗୁଁ ସ୍ଵତନ୍ତ୍ର ଭାବେ ମହିଳା ସଶକ୍ତି ବିଭାଗ ହୋଇପାରିଥିବା ଏବଂ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଙ୍କ ସୁ ପୁତ୍ର ମାନ୍ୟବର ନବୀନ ପଟ୍ଟନାୟକ ଙ୍କ ଦ୍ଵାରା କରାଯାଇଥିବା ମହିଳା ମାନଙ୍କ ପାଇଁ ବିଭିନ୍ନ ଯୋଜନା ସମ୍ପର୍କରେ ଦଶପଲ୍ଲା ବିଧାୟକ ବର୍ଣ୍ଣନା କରିବା ସହ ଶହ ଶହ ସଂଖ୍ୟାରେ ଯୋଗ ଦେଇଥିବା ମହିଳା ମାନଙ୍କୁ କୃତଜ୍ଞତା ପ୍ରଦାନ କରିଥିଲେ।ତତ୍ ସହିତ ମହିଳା ମାନଙ୍କ ଆଶୀର୍ବାଦ ଭିକ୍ଷା କରିବା ସହ ମହିଳା ମାନଙ୍କ ବିକାଶ ସହ ସର୍ବଦା ସୁଖ ଦୁଃଖ ର ସାଥି ହୋଇ ରହିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ନୂଆଗାଁ ବ୍ଲକ୍ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ସ୍ୱାଇଁ, ଉପାଧ୍ୟ କ୍ଷା ପୁଷ୍ପାଞ୍ଜଳି ସାହୁ, ଦଶପଲ୍ଲା ବ୍ଲକ୍ ଅଧ୍ୟକ୍ଷା ସୁନନ୍ଦା ସାହୁ, ଉପାଧ୍ୟକ୍ଷ ବସନ୍ତ ସାହୁ,ଗଣିଆ ପୂର୍ବତନ ବ୍ଲକ୍ ଅଧ୍ୟକ୍ଷା ରଶ୍ମିତା ସାହୁ,ଦଶପଲ୍ଲା ଏନ୍ ଏ ସି ପୂର୍ବତନ ଅଧ୍ୟକ୍ଷା ବବିତା ସାହୁ,,ଗଣିଆ ବ୍ଲକ ଅଧ୍ୟକ୍ଷ ଶେଷଦେବ ସ୍ୱାଇଁ, ଦଶପଲ୍ଲା ବ୍ଲକ୍ ଉପାଧ୍ୟକ୍ଷ ବସନ୍ତ ସାହୁ ,ଜିଲ୍ଲା ପରିଷଦ ସଭ୍ୟା ସୁଭାଷିନୀ ବେହେରା, ସାଂସଦ ଙ୍କ ଜିଲ୍ଲା ପ୍ରତିନିଧି ସଦାଶିବ ମିଶ୍ର ଙ୍କ ସମେତ ତିନୋଟି ବ୍ଲକ୍ ର ନାରୀନେତ୍ରୀ ଯୋଗ ଦେଇ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମହିଳା ମାନଙ୍କ ସଶକ୍ତିକରଣ ପାଇଁ କରିଥିବା ପ୍ରଚେଷ୍ଟା ଏବଂ ବିଭିନ୍ନ କାର୍ଯ୍ୟକ୍ରମ ଯୋଗୁ ମହିଳା ମାନେ କିପରି ସ୍ବାବଲମ୍ବୀ ହୋଇପାରିଛନ୍ତି ତାହା ବର୍ଣ୍ଣନା କରିଥିଲେ।ତତ୍ ସହିତ ମହିଳା ଶକ୍ତି ସମ୍ପର୍କରେ ବର୍ଣ୍ଣନା କରିଥିଲେ।ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ଦଶପଲ୍ଲା ବିଧାୟକ ଙ୍କ ମହିଳା ମାନଙ୍କ ବିକାଶ ପ୍ରତି ପ୍ରଚେଷ୍ଟା ଏବଂ ଦଶପଲ୍ଲା ନିର୍ବାଚନ ମଣ୍ଡଳୀରେ ମହିଳା ମାନଙ୍କ ସୁଖ ଦୁଃଖ ର ସାଥି ଦଶପଲ୍ଲା ବିଧାୟକ ଙ୍କ ଲୋକପ୍ରିୟତା ଯୋଗୁଁ ନୂଆଗାଁ ରେ ଏକ ଐତିହାସିକ ମହିଳା ସମାବେଶ ହୋଇପାରିଥିବା ମଞ୍ଚାସୀନ ଅତିଥିମାନେ ମତବ୍ୟକ୍ତ କରିଥିଲେ।ମହିଳା ଦିବସରେ ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ମହକ ଟିଭି ର ମହିଳା ସାମ୍ବାଦିକା ଭାବେ ଖାଲ ମଡ଼ା ଗ୍ରାମର ପୁଷ୍ପଲତା ପ୍ରଧାନ ଙ୍କ କାର୍ଯ୍ୟ ଦକ୍ଷତା , ସଫଳ ଚାଷୀ ସମ୍ପଡ଼ା ଗ୍ରାମ ର ସ୍ୱାଗତିକା ପ୍ରିୟଦର୍ଶିନୀ ପ୍ରଧାନ ,ବରିଷ୍ଠ ସଙ୍କୀର୍ତ୍ତନ ଗାୟିକା ବୈଜୟନ୍ତୀ ବେହେରା ଙ୍କୁ ଦଶପଲ୍ଲା ବିଧାୟକ ସମ୍ବର୍ଦ୍ଧିତ କରିଥିଲେ।ଛାତ୍ର ନବୀନ ଶାସମଲ୍ ମହିଳା ଦିବସ ଉପଲକ୍ଷେ ବକ୍ତୃତା ଦେଇଥିଲେ।ନୂଆଗାଁ ବ୍ଲକ୍ ଉପାଧ୍ୟକ୍ଷା ପୁଷ୍ପାଞ୍ଜଳି ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ନାରୀ ନେତ୍ରୀ ସଂଯୁକ୍ତା ଦାସ୍ ଗୁପ୍ତା ଧନ୍ୟବାଦ୍ ଅର୍ପଣ କରିଥିଲେ।ଏହି କାର୍ଯ୍ୟକ୍ରମ ସଫଳ ପରିଚାଳନାରେ ଜିଲ୍ଲା ଛାତ୍ର ଉପ ସଭାପତି ଅମୂଲ୍ୟ ସାହୁ, ଛାତ୍ର ସାଧାରଣ ସମ୍ପାଦକ ମାନସ ରଞ୍ଜନ ବିଶ୍ବାଳ, ବିଜେଡ଼ି ସଭାପତି ସନାତନ ସାମଲ,ସାଂସଦ ଙ୍କ ପ୍ରତିନିଧି ବିଜୟ କୁମାର ସା ଶମଲ ,ଉପ ସଭାପତି ମୁରଲୀ ଧର ଜେନା,ବିଜେଡ଼ି ସଂଗଠକ ତଥା ବରିଷ୍ଠ ବିଜେଡ଼ି କର୍ମୀ ଦିଲ୍ଲୀପ କୁମାର ଦଳ ବେହେରା,ସଞ୍ଜୟ କୁମାର ସାହୁ,ଜିତେନ୍ଦ୍ର ସାହୁ, ବ୍ଲକ୍ ସମ୍ପାଦକ ରମେଶ ଚନ୍ଦ୍ର ପ୍ରଧାନ,ବ୍ଲକ୍ ଛାତ୍ର ବିଜେଡ଼ି ସଭାପତି ସୁବ୍ରତ ପରିଡ଼ା, ଜିଲ୍ଲା ଯୁବ ସାଧାରଣ ସମ୍ପାଦକ ଗୋଲଖ ବିହାରୀ ଗୋଚ୍ଛାୟତ,ସନ୍ତୋଷ କୁମାର ନାୟକ,ବ୍ଲକ୍ ଯୁବ ସଭାପତି ଶୁଭ୍ରାଂଶୁ ଶେଖର ସେନାପତି ପ୍ରମୁଖ ସହଯୋଗ କରିଥିଲେ।

Comments are closed.