ରାଜ୍ୟବ୍ୟାପୀ ଲାଗିଥିବା ଜଙ୍ଗଲ ନିଆଁ ଲିଭାଇବ ଓଡ୍ରାଫ୍

ଭୁବନେଶ୍ୱର : ରାଜ୍ୟବ୍ୟାପୀ ଲାଗିଥିବା ଜଙ୍ଗଲ ନିଆଁ ଲିଭାଇବ ଓଡ୍ରାଫ୍ । ଜଙ୍ଗଲ ନିଆଁ ଲିଭା କାର୍ଯ୍ୟରେ ଓଡ୍ରାଫ୍ ନିୟୋଜିନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ନିଆଁ ଲିଭା କାର୍ଯ୍ୟରେ ଓଡ୍ରାଫକୁ ନିୟୋଜନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ଟାସ୍କଫୋର୍ସ ଟିମର ଅଧ୍ୟକ୍ଷ ସନ୍ଦୀପ ତ୍ରିପାଠୀ ସୂଚନା ଦେଇଛନ୍ତି ।

ତେବେ ଶିମିଳିପାଳ କୋର ଅଞ୍ଚଳକୁ ଜଙ୍ଗଲ ନିଆଁ ବ୍ୟାପିନି ବୋଲି ସନ୍ଦୀପ କହିଛନ୍ତି । ସେ କହିଛନ୍ତି ଯେ, ‘ଶିମିଳିପାଳ ଜଙ୍ଗଲର ବନାଗ୍ନି ପ୍ରାୟତଃ ନିୟନ୍ତ୍ରଣାଧୀନ ରହିଛି । ବନାଗ୍ନି ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପର ବାହ୍ୟାଞ୍ଚଳ ଜଙ୍ଗଲରେ ସୀମିତ ରହିଛି । ସେଥିପାଇଁ କୋର ଅଞ୍ଚଳର ବନ୍ୟଜନ୍ତୁ ପ୍ରଭାବିତ ହୋଇନାହାନ୍ତି ।’

ଶିମିଳିପାଳ ଜଙ୍ଗଲରେ ନିଆଁ ଲିଭାଇବା ପାଇଁ ବଡ ପଦକ୍ଷେପ ନିଆଯାଇଛି । ନିଆଁ ଲିଭାଇବା କାର୍ଯ୍ୟରେ ୧୧୭୫ ଜଣ ନିୟୋଜିତ ହୋଇଛନ୍ତି । ସମୁଦାୟ ୧ ହଜାର ୪୨୮ଟି ଫାୟାର ପଏଣ୍ଟରେ ନିଆଁ ଲାଗିଥିଲା । ୨୯୫ଟି ଅଗ୍ନି ନିର୍ବାପକ ଯନ୍ତ୍ର ଯୋଗାଇ ଦିଆଯାଇଛି । ୩୦୦ ସ୍ଥାନରେ ଲୋକଙ୍କୁ ସାମିଲ କରି ସଚେତନତା ସୃଷ୍ଟି କରାଯାଉଛି ।

Comments are closed.