ମହିଳା ମାନଙ୍କ ଦ୍ୱାରା ନିଶା ନିବାରଣ ସଚେତନତା ଶିବିର

ଢେଙ୍କାନାଳ(ଜିତେନ୍ଦ୍ର ସାମଲ) : ନିଶା ହଟାଅ, ଦେଶ ବଞ୍ଚାଅ – ଏ ନାରା ଦେଇ ସମାଜରୁ ନିଶା ନିବାରଣ ପାଇଁ ସଚେତନତାର ବାର୍ତା ବାଣ୍ଟିଲେ ମହିଳା | ସୁରପ୍ରତାପପୁର ଗ୍ରାମପଞ୍ଚାୟତର ପ୍ରାୟ 500 ମହିଳାଙ୍କ ଦ୍ଵାରା ମିସନଶକ୍ତି କାର୍ଯ୍ୟାଳୟରେ ସାଧାରଣ ସଭା କରାଯାଇଥିଲା | ଏହି ସଭାରେ ସରପଞ୍ଚ ମାମିନା ମାଝି, ପୂର୍ବତନ ସରପଞ୍ଚ ସୋନୀ ସାମଲ , ମିଶନ ଶକ୍ତିର ମୂଖ୍ୟ ପ୍ରତିମା ମହାରଣା , ଜିଲ୍ଲା ସଭାପତି ଉର୍ବଶୀ ନାୟକ , ସି.ଆର.ପି ରିତାସାମଲ, ସୈାଦାବିନି ବାହାଲିଆ, ତଅପୋଇ ସାମଲ, ବନ୍ଦନା ପରିଡ଼ାଙ୍କ ସମେତ ଅନେକ ମହିଳା ଯୋଗ ଦେଇଥିଲେ | କାର୍ଯ୍ୟକ୍ରମ ଶେଷରେ ସଭ୍ୟ ଦେବରାଜ ପରିଡ଼ା ଓ ଜିତେନ୍ଦ୍ର ସାମଲ ଧନ୍ୟବାଦ ଅର୍ପଣ କରିଥିଲେ |

Comments are closed.