ଚାକିରୀ ପ୍ରଲୋଭନରେ ୪ ଦିନଧରି ୪୦ ଲୋକଙ୍କ ଦ୍ୱାରା ଧର୍ଷିତ ହେଲେ ମହିଳା
ସମାଜରେ ନାରୀମାନଙ୍କୁ ପୂଜା କରୁଥିବା ସମୟରେ କେତେକ ମନ୍ଦ ପ୍ରକୃତିର ଲୋକମାନେ ସେମାନଙ୍କ ଉପରେ ଖରାପ ଦୃଷ୍ଟି ପକାଉଛନ୍ତି । ସେଥିପାଇଁ ଦିନକୁ ଦିନ ବଳାତ୍କାର, ଧର୍ଷଣ ଆଦି ବଢିବାରେ ଲାଗୁଛି । ସେହିପରି ଚଣ୍ଡିଗଡର ପଞ୍ଜକୁଲା ଠାରେ ଚାକିରୀର ପ୍ରଲୋଭନ ଦେଖାଇ ଜଣେ ମହିଳାଙ୍କ ସହ ୪ ଦିନ ଧରି ବଳାତ୍କାର କରିଛନ୍ତି ୪୦ ଜଣ ବ୍ୟକ୍ତି । ଏହାର ଅଭିଯୋଗ ଆସିବା ପରେ ଘଟଣାରେ ସଂପୃକ୍ତ ଥିବା ୨ଜଣ ଅପରାଧୀଙ୍କୁ ଗିରଫ କରି ତଦନ୍ତ କରୁଛି ଚଣ୍ଡିଗଡ ପୋଲିସ । ପୋଲିସଙ୍କ କହିବା ଅନୁସାରେ, ୨୨ ବର୍ଷିୟା ଏହି ପୀଡିତା ମହିଳାଙ୍କୁ ଚାକିରୀ କରିଦେବା ବାହାନାରେ ଗେଷ୍ଟ୍ ହାଉସକୁ ଡକାଇ ଥିଲେ । ପରନ୍ତୁ ଚାକିରୀ ନଦେଇ ୪ ଦିନ ଧରି ତାଙ୍କୁ ବଳାତ୍କାର କରିଥିଲେ ୪୦ଜଣ ବ୍ୟକ୍ତି । ଏନେଇ ଗେଷ୍ଟ୍ ହାଉସର ମାଲିକଙ୍କୁ ମଧ୍ୟ ଜେରା କରାଯାଇଛି ।
Comments are closed.