ନିୟନ୍ତ୍ରଣ ହରାଇ ଓଭର୍ ବ୍ରିଜରୁ ଖସିଲା ବାଇକ୍: ୨ ମୃତ

ପୁଣି ଥରେ ନିୟନ୍ତ୍ରଣ ହରାଇ ଓଭର୍ ବ୍ରିଜରୁ ଖସିପଡି ଦୁର୍ଘଟଣାଗ୍ରସ୍ତ ହୋଇଛି ଏକ ବାଇକ୍ । ଯାହା ଫଳରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରୁ ଜଣକର ନାମ ନବକିଶୋର ଥିବାବେଳେ ଅନ୍ୟ ଜଣଙ୍କୁ ଚିହ୍ନଟ କରାଯାଇ ନାହିଁ । ସୂଚନା ଅନୁସାରେ, ଦୁଇ ବ୍ୟକ୍ତି ବାଇକ୍ ଯୋଗେ କେନ୍ଦୁଝରରୁ ଘଟଗାଁ ଯାଉଥିବା ସମୟରେ ଭାରସ୍ୟାମ ହରାଇ ଢେଙ୍କିକୋଟ ଓଭର୍ ବିଜ୍ରରୁ ଖସି ପଡିଲା । ପରେ ଦୁଇ ଜଣଙ୍କୁ ହସ୍ପିଟାଲକୁ ନେବାପରେ ଡାକ୍ତର ମୃତ ଘୋଷଣା କରିଥିଲେ । ପୋଲିସ ପହଞ୍ଚି ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ କରୁଛି ।

Comments are closed.