ଜଷ୍ଟିସ୍ ବି ଭି ନାଗରତ୍ନା ହେବେକି ମୁଖ୍ୟ ବିଚାର ପତି, ଜାଣନ୍ତୁ କାହିଁକି
ନୂଆଦିଲ୍ଲୀ: ଜଷ୍ଟିସ୍ ବି ଭି ନାଗରତ୍ନା ହେଉଛନ୍ତି କର୍ଣ୍ଣାଟକର ବାସିନ୍ଦା। ବେଙ୍ଗାଲୁରୁରୁ ଜଣେ ଆଇନଜୀବୀ ଭାବେ ସେ ନିଜ କ୍ୟାରିୟର ଆରମ୍ଭ କରିଥିଲେ। ୨୦୦୮ରେ କର୍ଣ୍ଣାଟକ ହାଇକୋର୍ଟରେ ଅତିରିକ୍ତ ବିଚାରପତି ଭାବେ ତାଙ୍କୁ ନିଯୁକ୍ତି ମିଳିଥିଲା। ଦୁଇ ବର୍ଷ ପରେ ତାଙ୍କୁ ସ୍ଥାୟୀ ବିଚାରପତି ଭାବେ ନିଯୁକ୍ତି ଦିଆଯାଇଥିଲା।
ଖାଲିଥିବା ବିଚାରପତି ପଦ ପୂରଣ ଲାଗି ସୁପ୍ରିମକୋର୍ଟଙ୍କ କଲେଜିୟମ ୨୦୨୧ରେ କେନ୍ଦ୍ର ସରକାରଙ୍କ ପାଖକୁ ଯେଉଁ ୯ ବିଚାରପତିଙ୍କ ନାମ ପଠାଇଥିଲା ସେଥିରେ ଜଷ୍ଟିସ୍ ନାଗରତ୍ନାଙ୍କ ନାମ ଥିଲା। ତାଙ୍କ ବାପା ଇଏସ୍ ଭେଙ୍କଟରମୈୟା ଥିଲେ ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି। ୧୯୮୯ରେ ଛଅ ମାସ ପାଇଁ ସେ ପ୍ରଧାନ ବିଚାରପତି ଦାୟିତ୍ବ ତୁଲାଇଥିଲେ। ଆଇନ ପାଠ ପଢ଼ିବା ଲାଗି ତାଙ୍କୁ ବାପାଙ୍କଠାରୁ ପ୍ରେରଣା ମିଳିଥିଲା।
କୁହାଯାଉଛି ଯେ ନାଗରତ୍ନା ଦେଶର ପ୍ରଥମ ମହିଳା ପ୍ରଧାନ ବିଚାରପତି ହେବାର ସମ୍ଭାବନା ରହିଛି। ଯଦି କେନ୍ଦ୍ର ସରକାର ତାଙ୍କ ନାମକୁ ମଞ୍ଜୁରି ଦେବେ ତେବେ ୨୦୨୭ରେ ସେ ପ୍ରଧାନ ବିଚାରପତି ହୋଇପାରିବେ।
Comments are closed.