ଆଜି ଶପଥ ଗ୍ରହଣ କରିବେ ବ୍ରାଜିଲ ରାଷ୍ଟ୍ରପତି ଭାବେ ଲୁଇଜ ଇନାସିଓ ଲୁଲା ଦା

ସାଓ ପାଉଲୋ : ଲୁଇଜ ଇନାସିଓ ଲୁଲା ଦା ସିଲଭା ଲାଟିନ ଆମେରିକାର ବୃହତ୍ତମ ଗଣତନ୍ତ୍ର ବ୍ରାଜିଲର ରାଷ୍ଟ୍ରପତି ଭାବେ ରବିବାର ଶପଥ ଗ୍ରହଣ କରିଛନ୍ତି। ସାଧାରଣରେ ଲୁଲା ନାମରେ ଲୋକପ୍ରିୟ ୭୭ ବର୍ଷୀୟ ଏହି ନେତା ଶପଥଗ୍ରହଣ ଅବସରରେ ବିଶ୍ବ ମାନ୍ଦାବସ୍ଥା ସତ୍ତ୍ବେ ଦେଶର ଅର୍ଥନୀତିରେ ସୁଧାର ଆଣିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ଏହା ପୂର୍ବରୁ ସେ ୨୦୦୩ ଓ ୨୦୧୧ରେ ଦୁଇଥର ରାଷ୍ଟ୍ରପତି ହୋଇଥିଲେ।

ତେବେ ଲୁଲା ଦେଶର ସମୃଦ୍ଧି ପାଇଁ ଯେଉଁ ପ୍ରତିଶ୍ରୁତି ଦେଇଛନ୍ତି ତାହା ଏତେ ସହଜ ନୁହେଁ। ଗତ ଦୁଇ ଦଶନ୍ଧି ଭିତରେ ବ୍ରାଜିଲରେ ଅଧିକ ରାଜନୈତିକ ଧ୍ରୁବୀକରଣ ଘଟିଛି। ଏହା ପୂର୍ବରୁ ତାଙ୍କର ଶ୍ରମିକ ଦଳ (ୱାର୍କର୍ସ ପାର୍ଟି) ଦୁର୍ନୀତି ଯୋଗୁ ଲୋକଙ୍କ ଆସ୍ଥା ହରାଇଥିଲା। ତେବେ ନୂତନ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ ପର୍ବ ଶେଷ ହୋଇଥିଲେ ମଧ୍ୟ ଲୁଲାଙ୍କୁ ପୂର୍ବତନ ରାଷ୍ଟ୍ରପତି ଜେୟାର ବୋଲସୋନାରୋ କିପରି କ୍ଷମତା ହସ୍ତାନ୍ତର କରିବେ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି। କାରଣ ବୋଲସୋନାରୋ ତାଙ୍କ ଶପଥ ଗ୍ରହଣ ଉତ୍ସବକୁ ବର୍ଜନ କରି ଆମେରିକା ଗସ୍ତ କରିଛନ୍ତି। ଅତି କମ୍ ବ୍ୟବଧାନରେ ଲୁଲା ବିଜୟ ହାସଲ କରିଥିବାରୁ ବୋଲସୋନାରୋଙ୍କ ସମର୍ଥକମାନେ ଅକ୍ଟୋବର ୩୦ରେ ହିଂସାତ୍ମକ ପ୍ରତିବାଦ କରିଥିଲେ। ସେଥିପାଇଁ ବ୍ରାସିଲିଆରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା।

Comments are closed.