ମୁଖ୍ୟ ମନ୍ତ୍ରୀଙ୍କୁ କାହିଁକି ଫୋନ୍ କରିଥିଲେ ଶାହରୁଖ,ଜାଣନ୍ତୁ

ନୂଆଦିଲ୍ଲୀ: ଗତକାଲି ଶାହରୁଖ ଖାନ୍ କିଏ ବୋଲି ପଚାରିଥିଲେ। ଏହି ପ୍ରଶ୍ନ କରିବାର କିଛି ଘଣ୍ଟା ପରେ ହିଁ କିଙ୍ଗ ଖାନ୍‌ଙ୍କ ଆସିଲା ଫୋନ୍ କଲ୍। ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କୁ ରାତି ୨ଟାରେ ଫୋନ୍ କରି କଥା ହେଲେ ବଲିଉଡର ବାଦ୍‌ଶାହା ଶାହରୁଖ ଖାନ୍। ଏନେଇ ଟ୍ୱିଟ୍ କରି ଖୋଦ୍ ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।

ଆସନ୍ତା ୨୫ରେ ହଲକୁ ଆସିବ ଶାହରୁଖଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ‘ପଠାନ୍’। ଏହି ଫିଲ୍ମର ରିଲିଜକୁ ନେଇ ଦର୍ଶକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଥିବା ବେଳେ ବିବାଦ ମଧ୍ୟ ଲାଗି ରହିଛି। ପଠାନ୍ ଫିଲ୍ମ ରିଲିଜ ପୂର୍ବରୁ ଏହାର ଗୀତ ବେସରମ୍ ରଙ୍ଗ…କୁ ନେଇ ବିବାଦ ଦେଖିବାକୁ ମିଳିଥିଲା। ଆଉ ଏସବୁ ବିବାଦ ଭିତରେ ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଶାହରୁଖ କିଏ ପଚାରିଥିଲେ? କିନ୍ତୁ ଏବେ ଟ୍ୱିଟ୍ କରି ଶାହାରୁଖଙ୍କ ବାବଦରେ ବଡ ବୟାନ ଦେଇଛନ୍ତି ଆସାମ ମୁଖ୍ୟମନ୍ତ୍ରୀ।

Comments are closed.