ଭାରତ ଯୋଡୋ ଯାତ୍ରାରେ ଯୋଗ ଦେବେ ସିନ୍ଧୁ

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କ ଭାରତ ଯୋଡୋ ଯାତ୍ରାରେ ଯୋଗ ଦେବେ ନବଜୋତ ସିଂହ ସିଦ୍ଧୁ। ନିଜ ରାଲିରେ ସାମିଲ ହେବା ପାଇଁ ରାହୁଲ ସିଦ୍ଧୁଙ୍କୁ ଆମନ୍ତ୍ରିତ କରିଛନ୍ତି। କ୍ରିକେଟର୍‌ରୁ ରାଜନେତା ପାଲଟିଥିବା ନବଜୋତ ସିଂହ ସିଦ୍ଧୁ ଏବେ ଜେଲ୍‌ରେ ଅଛନ୍ତି । ସେ ଖୁବଶୀଘ୍ର ଜେଲ୍‌ରୁ ମୁକୁଳି ପାରନ୍ତି। ଆସନ୍ତା ଜାନୁଆରୀ ୨୬ ତଥା ଗଣତନ୍ତ୍ର ଦିବସରେ ସେ ଜେଲ୍‌ରୁ ମୁକ୍ତି ପାଇବେ ବୋଲି କୁହାଯାଉଛି।

ଏକ ମାମଲାରେ ସିଦ୍ଧୁଙ୍କୁ ସୁପ୍ରିମକୋର୍ଟ ୧ ବର୍ଷର ଜେଲ୍ ଦଣ୍ଡାଦେଶ ଶୁଣାଇଥିଲେ। ତେବେ ଜେଲ୍‌ରେ ତାଙ୍କର ଆଚାର ବ୍ୟବହାର ଭଲ ଥିବା ଯୋଗୁ ତାଙ୍କ ଜେଲ୍ ଦଣ୍ଡ ଏବେ ୪ ମାସ କୋହଳ ହୋଇପାରେ। ଫଳରେ ସିଦ୍ଧୁ ଜାନୁଆରୀ ୨୬ରେ ଜେଲ୍‌ରୁ ମୁକ୍ତି ପାଇପାରନ୍ତି। ଜେଲ୍‌ରୁ ବାହାରିବା ପରେ ସେ ରାହୁଲ ଗାନ୍ଧିଙ୍କ ଭାରତ ଯୋଡୋ ଯାତ୍ରାର ସମାପନ ଉତ୍ସବରେ ଯୋଗ ଦେବାକୁ ଆମନ୍ତ୍ରିତ ହୋଇଛନ୍ତି।

Comments are closed.