କଂସା ବାସନରେ ଖାଇବା ଦ୍ବାରା କଣ ମିଳେ ଫାଇଦା, ଜାଣିଛନ୍ତି କି

ଆମର ପୂର୍ବଜମାନେ କଂସା ପିତଳ ଓ ତମ୍ବା ପାତ୍ରରେ ଖାଦ୍ୟ ଖାଇବା ସହ ପାଣି ପିଇବା ପାଇଁ ଏହି ପାତ୍ରକୁ ମଧ୍ୟ ବ୍ୟବହାର କରୁଥିଲେ । ସେମାନଙ୍କ ମତରେ ଏଥିରେ ଖାଇଲେ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ । କୌଣସି ରୋଗ ଏତେ ସହଜରେ ହୁଏନାହିଁ । ଏବେ ଏଥିରେ ସହମତି ପ୍ରକାଶ କରୁଛନ୍ତି ଆଧୁନିକ ବିଶେଷଙ୍କ ।

ଏବେ ବିଶେଷଜ୍ଞମାନେ ମଧ୍ୟ କହିଲେଣି ଯେ, କଂସା ପିତଳ ବା ତମ୍ବା ପାତ୍ରରେ ଖାଦ୍ୟ ଖାଇଲେ ଶରୀର ସୁସ୍ଥ ରହିବା ସହ ସ୍ମୃତି ଶକ୍ତି ମଧ୍ୟ ଭଲ ରହେ । ତେଣୁ ପିଲାମାନଙ୍କୁ ଏପରି ଖାଦ୍ୟ ପରସିବା ଉଚିତ ,ଫଳରେ ସେମାନେ ତୀକ୍ଷ୍ନ ଧୀଶକ୍ତିର ଅଧିକାରୀ ହୋଇପାରିବେ ।ଏହାସହ କଂସା ବା ତମ୍ବା ପାତ୍ରରେ ପାଣି ରଖି ପିଇଲେ ମଧ୍ୟ ଅନେକ ଉପକାର ମିଳେ ।

ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ତମ୍ବା ପାତ୍ରରେ ରଖାଯାଉଥିବା ପାତ୍ର ସମ୍ପୂର୍ଣ୍ଣ ଶୁଦ୍ଧ ହୋଇଥାଏ । ଏହା ଦ୍ୱାରା ଡାଇରିଆ ପରି ସମସ୍ୟା ହୁଏ ନାହିଁ । ରାତିରେ ଏହି ପାତ୍ରରେ ପାଣି ରଖି ସକାଳେ ଖାଲିପେଟରେ ପ୍ରଥମେ ଏହି ପାଣିକୁ ପିଇଲେ ପେଟରୁ ଗ୍ୟାସ ସମସ୍ୟା ଦୂର ହେବା ସହ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢିଥାଏ ।

କେବଳ ଏତିକି ନୁହେଁ କଂସା ବା ତମ୍ବା ପାତ୍ରରେ ପାଣି ପିଇଲେ ଅତି ଘାତକ ରୋଗ କ୍ୟାନସରରୁ ମଧ୍ୟ ମୁକ୍ତି ମିଳିଥାଏ । ଆମେରିକୀୟ କ୍ୟାନସର ସୋସାଇଟିର ଏକ ଗବେଷଣା ମୁତାବକ, ତମ୍ବା ପାତ୍ରରେ ପାଣି ପିଇଲେ କ୍ୟାନସର ଜୀବାଣୁ ଶରୀରରେ ବ୍ୟାପୀ ପାରନ୍ତି ନାହିଁ । ଏହାସହ ଶରୀରରେ କୋଲେଷ୍ଟ୍ରଲ ସ୍ତର ନିୟନ୍ତ୍ରଣରେ ରହିଥାଏ ।

ଆଜିକାଲି ମହିଳା ମାନଙ୍କ ଠାରେ ଥାଇରଏଡ ଏକ ସାଧାରଣ ସମସ୍ୟା ଭାବେ ଦେଖାଗଲାଣି । ଏଥିରୁ ମୁକ୍ତି ପାଇବାକୁ ହେଲେ ପ୍ରତିଦିନ ତମ୍ବା ପାତ୍ରର ପାଣି ପିଇବାକୁ ଆୟୁର୍ବେଦୀୟ ବିଶେଷଜ୍ଞମାନେ ମତ ପ୍ରକାଶ କରୁଛନ୍ତି ।

କିନ୍ତୁ ଗୋଟିଏ କଥା ଧ୍ୟାନରେ ରଖିବେ । ଏସବୁ ପାତ୍ରରେ କେବେବି ଗରମ ଖାଦ୍ୟ ଖାଇବେ ନାହିଁ କିମ୍ବା ଅଧିକ ସମୟ ଯାଏଁ ରଖିବେ ନାହିଁ । ଏପରି କଲେ ଖାଦ୍ୟ ବିଷାକ୍ତ ତଥଶ ପିତା ହୋଇଯାଏ ।

Comments are closed.