ଘରେ କାହିଁକି ଦେଖାଯାଏ ଆର୍ଥିକ ଅଭାବ?
ଭୁବନେଶ୍ୱର : ଘରେ ଅନେକ ସମୟରେ ଅଭାବ ଦେଖାଯାଏ, ଯେତେ ଭଲ ରୋଜଗାର ହେଲେ ମଧ୍ୟ ଘରେ ସର୍ବଦା ଟଙ୍କାର ଅଭାବ ହୋଇଥାଏ । ବାସ୍ତୁ ଶାସ୍ତ୍ରରେ ଏହାର କାରଣ ଓ ଉପଚାର ଦର୍ଶାଯାଇଛି । ବାସ୍ତୁ ଶାସ୍ତ୍ରର ଏହି ସବୁ ଉପାୟ ଆପଣାଇଲେ ସ୍ଥିତିରେ ସୁଧାର ଅସିଥାଏ ବୋଲି କୁହାଯାଏ ।
-ବାସ୍ତୁଶାସ୍ତ୍ର ଅନୁସାରେ ଘରେ ଛୁରୀ କିମ୍ବା କଇଁଚିକୁ ବାହାରେ ରଖନ୍ତୁ ନାହିଁ । କାରଣ ଏହାକୁ ବାହାର ଲୋକ ଦେଖିଲେ ଘରର ଟଙ୍କା ବାହାରକୁ ଚାଲିଯାଇଥାଏ । ଏଥିପାଇଁ ଏଗୁଡିକ ରୋଷେଇ ଘରର ଚୁଲା ତଳେ କିମ୍ବା ବାସନ କୁସନ ପଛପଟେ ଲୁଚାଇ ରଖିବା ଆବଶ୍ୟକ । ଏହା ସହିତ ଘରର ଅଳିଆ କଢା ଡବାକୁ ମୁଖ୍ୟଦ୍ୱାର ପଛପଟେ ରଖିବା ଉଚିତ୍ । ଏହାଦ୍ୱାରା ଘରକୁ ଧନର ଆଗମନ ହୋଇଥାଏ ।
ଶୌଚାଳୟର କବାଟ ସର୍ବଦା ବନ୍ଦ ରଖନ୍ତୁ ଓ ବାଥରୁମ୍ ଟ୍ୟାପ ଖୋଲାରଖି ଆସନ୍ତୁ ନାହିଁ ଓ ଶୌଚାଳୟର ଗୋଟିଏ କୋଣରେ ଗିନାରେ କିଛି ଲୁଣ ରଖନ୍ତୁ କିନ୍ତୁ ସେଥିରେ ଯେମିତି ପାଣି ନପଡେ, ସେପ୍ରତି ଧ୍ୟାନ ଦେବା ଆବଶ୍ୟକ । ସେହିପରି ଘରର ଝାଡୁକୁ ବାହାରେ ପକାନ୍ତୁ ନାହିଁ, କାରଣ ଏହାକୁ ବାହାର ଲୋକ ଦେଖିବା ଦ୍ୱାରା ଘରୁ ପାଣି ଭଳି ଟଙ୍କା ବୋହିଯାଇଥାଏ ବୋଲି ବାସ୍ତୁଶାସ୍ତ୍ରରେ କୁହାଯାଇଛି ।
Comments are closed.