କାହିଁକି ୟୁକ୍ରେନ ରାଷ୍ଟ୍ରପତିଙ୍କ ନିଷ୍ପତ୍ତିକୁ ଫିଫା କଲା ନାପସନ୍ଦ

କତାର: ଆସନ୍ତାକାଲି କତାରରେ ଚାଲିଥିବା ଫିଫା ଫୁଟବଲ ବିଶ୍ୱକପର ଫାଇନାଲ ମ୍ୟାଚ୍‌ ଖେଳାଯିବ। ଡିଫେଣ୍ଡି ଚାମ୍ପିୟନ ଫ୍ରାନ୍ସକୁ ଭେଟିବ ଲିଓନେଲ ମେସିଙ୍କ ଆର୍ଜେଣ୍ଟିନା। ତେବେ ଏହି ଗ୍ରାଣ୍ଡ ଫାଇନାଲ ଠିକ୍‌ ପୂର୍ବରୁ କତାର ଷ୍ଟାଡିୟମରୁ ପୂରା ବିଶ୍ୱକୁ ଶାନ୍ତିର ବାର୍ତ୍ତା ଦେବାକୁ ଚାହୁଁଥିଲେ ୟୁକ୍ରେନ ରାଷ୍ଟ୍ରପତି ଭ୍ଲୋଡୋମିର ଜେଲେନସ୍କି। କିନ୍ତୁ ତାଙ୍କର ଏହି ଅନୁରୋଧକୁ ଅଗ୍ରାହ୍ୟ କରି ଦେଇଛି ଟୁର୍ଣ୍ଣାମେଣ୍ଟର ଆୟୋଜନ କରୁଥିବା ଫିଫା।

ଚଳିତ ବର୍ଷ ଫେବୃଆରୀ ମାସରୁ ଜେଲେନସ୍କି ରୁଷ ଭଳି ଗୋଟିଏ ଶକ୍ତିଶାଳୀ ରାଷ୍ଟ୍ର ବିରୋଧରେ ଯୁଦ୍ଧ କରୁଛନ୍ତି। ଏହି ଯୁଦ୍ଧରେ ଏଯାଏ ହାର ମାନି ନଥିବା ୟୁକ୍ରେନ କିନ୍ତୁ ବ୍ୟାପକ କ୍ଷତି ସହିଛି। ଯୁଦ୍ଧ ଭିତରେ ଜେଲେନସ୍କି ବିଶ୍ୱକପ ଫାଇନାଲ ମଞ୍ଚରେ ଶାନ୍ତିର ବାର୍ତ୍ତା ଷ୍ଟାଡିୟମରେ ଥିବା ଫ୍ୟାନ୍ସଙ୍କୁ ଗୋଟିଏ ଭିଡିଓ ଜରିଆରେ ଦେବାକୁ ଆଗ୍ରହ ଦେଖାଇଥିଲେ। ହେଲେ ଫିଫା ଏହି ପ୍ରସ୍ତାବକୁ ଅଗ୍ରାହ୍ୟ କରିଥିବାରୁ ଜେଲେନସ୍କି ଚକିତ ହୋଇଯାଇଛନ୍ତି। ତଥାପି ଫିଫା ଓ ୟୁକ୍ରେନ ମଧ୍ୟରେ ଏହି ପ୍ରସଙ୍ଗକୁ ନେଇ ଆଲୋଚନା ଚାଲିଥିବା ସିଏନଏନ ରିପୋର୍ଟ ପ୍ରକାଶ କରିଛି।

Comments are closed.