ବଢ଼ିଲା ଭାରତୀୟ ନୌସେନା ଶକ୍ତି

ନୂଆଦିଲ୍ଳୀ: ଆଜି ନୌସେନାରେ ସାମିଲ ହେଲା ଏହି ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ପି୧୫ବି ଷ୍ଟିଲଥ ଗାଇଡେଡ୍ ମିଶାଇଲ୍ ବିଧ୍ୱଂସକାରୀ ଯୁଦ୍ଧଜାହାଜ। ଭାରତ ମହାସାଗରରେ ଚୀନ୍‌ର ଉପସ୍ଥିତିକୁ ଚ୍ୟାଲେଞ୍ଜ କରିବା ସହ ଏହା ଭାରତୀୟ ନୌସେନାର ଶକ୍ତି ବୃଦ୍ଧି କରିବ। ଆଧୁନିକ ଟେକ୍‌ନିକ୍‌ରେ ତିଆରି ସେନ୍ସର୍ ଓ ରାଡାର୍ ଯୁକ୍ତ ଏହି ଯୁଦ୍ଧ ଜାହଜକୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ନୌସେନା ଡକୟାର୍ଡ, ମୁମ୍ବାଇରେ ଏହାକୁ ନୌସେନାରେ ସାମିଲ କରାଇଛନ୍ତି।

ଏହି ଶକ୍ତିଶାଳୀ ଯୁଦ୍ଧ ଜାହାର ଅନେକ ବୈଶିଷ୍ଟ୍ୟ ଅଛି। ଏହି ଗାଇଡେଡ୍ ମିସାଇଲ୍ ବିଧ୍ୱଂସକାରୀକୁ ଆଧୁନିକ ଯୁଦ୍ଧ ପାଇଁ ତିଆରି କରାଯାଇଛି। ଏହି ଯୁଦ୍ଧ ଜାହାଜ ଭାରତୀୟ ନୌସେନାର ଯୁଦ୍ଧ ଜାହାଜରେ ସବୁଠାରୁ ଦକ୍ଷ ଏବଂ ଆଧୁନିକ ଅସ୍ତ୍ରଶସ୍ତ୍ର ସହିତ ସଜ୍ଜିତ। ଏହାର ଲମ୍ବ ଲମ୍ବ ୧୬୩ ମିଟର ଓ ପ୍ରସ୍ତ ୧୭ ମିଟର। ଆଇଏନ୍ଏସ୍ ମୋର୍ମୁଗାଓର ଓଜନ ୭ ହଜାର ୪ଶହ ଟନ୍। ଏଥିରେ ୪ଟି ଶକ୍ତିଶାଳୀ ଗ୍ୟାସ୍ ଟର୍ବାଇନ୍ ରହିଛି। ଆଇଏନ୍ଏସ୍ ମୋର୍ମୁଗାଓର ସମୁଦ୍ରରେ ଘଣ୍ଟା ପ୍ରତି ୪୮ କିଲୋମିଟର୍ ବେଗରେ ଗେତି କରିପାରେ। ଏହା ଯୁଦ୍ଧରେ ଆଣବିକ, ଜୈବିକ, ରାସାୟନିକ ଆକ୍ରମଣ ଭଳି ସ୍ଥିତିକୁ ମୁକାବିଲା କରିପାରିବ।

Comments are closed.