ଫିଲ୍ମ ପଠାନ’କୁ ମୁସଲିମ ବୋର୍ଡ ପକ୍ଷରୁ ବିରୋଧ

ଭୋପାଲ: ଶାହରୁଖ ଖାନ, ଦୀପିକା ଓ ଜନ ଆବ୍ରାହମଙ୍କ ଆଗାମୀ ଫିଲ୍ମ ‘ପଠାନ’କୁ ନେଇ ବିବାଦ ତୀବ୍ର ହେବାରେ ଲାଗିଛି। ପୂର୍ବରୁ ବିଭିନ୍ନ ହିନ୍ଦୁ ସଂଗଠନ ଏହାର ରିଲିଜ୍‌କୁ ବିରୋଧ କରି ବୟକଟର ଆହ୍ୱାନ ଦେଇଥିଲେ। ଏବେ ଗୋଟିଏ ମୁସଲିମ ବୋର୍ଡ ମଧ୍ୟ ପଠାନର ରିଲିଜ୍‌କୁ ବିରୋଧ କରିଛି।

ହିନ୍ଦୁ ସଂଗଠନ ଭଳି ମଧ୍ୟପ୍ରଦେଶର ଉଲେମା ବୋର୍ଡ ମଧ୍ୟ ପଠାନ ଫିଲ୍ମର ଗୀତ ବେଶରମ ରଙ୍ଗକୁ ନେଇ ଆପତ୍ତି ଉଠାଇଛି। ମୁସଲିମ ବୋର୍ଡ ପଠାନକୁ ବୟକଟ କରିବାକୁ ଆହ୍ୱାନ ଦେଇଛି।

ବୋର୍ଡ ସଭାପତି ସୟିଦ ଅନସ ଅଲୀ କହିଛନ୍ତି, “ପଠାନ ଫିଲ୍ମରେ ଅତ୍ୟନ୍ତ ଅଶ୍ଳୀଳ ଓ ଆପତ୍ତିଜନକ ଦୃଶ୍ୟ ରହିଛି। ତେଣୁ ଏହା ସିନେମା ହଲରେ ରିଲିଜ ହେବା କଥା ନୁହେଁ। ଏନେଇ ଅନେକ ଲୋକ ଫିଲ୍ମ ବିରୋଧରେ ମୋତେ ଫୋନ କରିଛନ୍ତି। ପଠାନ ନାଁରେ ଗୋଟିଏ ଫିଲ୍ମ ତିଆରି ହୋଇଥିବା ବେଳେ ଶାହରୁଖ ଖାନ ଏଥିରେ ହିରୋ।

Comments are closed.