କାହିଁକି ଏମିତି କହିଲେ ଶିବରାଜ ସିଂ ଚୌହାନ

ଭୋପାଳ: ୧୮ ବର୍ଷ ଧରି ମୁଖ୍ୟମନ୍ତ୍ରୀଙ୍କ ଦାୟିତ୍ୱ ତୁଲାଇବା ପରେ ବର୍ତ୍ତମାନ ଶିବରାଜ ସିଂ ଚୌହାନଙ୍କ ସ୍ଥାନରେ ମଧ୍ୟପ୍ରଦେଶର ନୂତନ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରାଯାଇଛି। ମୋହନ ଯାଦବଙ୍କୁ ରାଜ୍ୟର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଦିଆଯାଇଛି। ଏଭଳି ପରିସ୍ଥିତିରେ ଶିବରାଜ ସିଂ ଚୌହାନ ଦିଲ୍ଲୀ ଯାଇ ଦଳର ନେତୃତ୍ୱରୁ ନିଜ ପାଇଁ ଏକ ବଡ ପଦବୀ ଦାବି କରିବେ କି ବୋଲି ପ୍ରଶ୍ନ ଉଠିଛି। ଏହି ପ୍ରଶ୍ନର ଉତ୍ତରରେ ଶିବରାଜ ଏକ ବଡ଼ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି, ମୁଁ ଦିଲ୍ଲୀ ଯାଇ ଭିକ ମାଗିବାକୁ ପସନ୍ଦ କରେ ନାହିଁ। ମୁଁ ନିଜ ପାଇଁ କିଛି ମାଗିବା ଅପେକ୍ଷା ମରିବା ପସନ୍ଦ କରିବି। ମୁଁ ମଧ୍ୟପ୍ରଦେଶରେ ଅଛି ଏବଂ ଏଠାରେ ରହିବି ବୋଲି ନିଷ୍ପତ୍ତି ନେଇଛି। କୌଣସି ସ୍ଥାନକୁ ଯିବି ନାହିଁ।
ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ନାଁ ବାଛିବା ପାଇଁ ସୋମବାର ମଧ୍ୟପ୍ରଦେଶରେ ଭାଜପାର ବିଧାୟକ ଦଳ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ବିଧାୟକମାନେ ମୋହନ ଯାଦବଙ୍କ ନାମକୁ ଅନୁମୋଦନ କରିଛନ୍ତି। ମୋହନ ଉଜୈନ ସାଉଥରୁ ବିଧାୟକ ଅଛନ୍ତି। ସେ ଶିବରାଜ ସିଂ ଚୌହାନ ସରକାରରେ ଶିକ୍ଷା ମନ୍ତ୍ରୀ ରହିସାରିଛନ୍ତି। ସେ ଲଗାତାର ତୃତୀୟ ଥର ପାଇଁ ବିଧାନସଭା ନିର୍ବାଚନରେ ଜିତିଛନ୍ତି।

Comments are closed.