ଇତିହାସ ଜାଣି ନାହାଁନ୍ତି ଶାହା, ଏମିତି କିଛି କହି ଶାହା ଟାର୍ଗେଟ କଲେ ରାହୁଲ

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀର ପ୍ରସଙ୍ଗରେ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହର ଲାଲ ନେହେରୁଙ୍କୁ ସଂସଦରେ ଟାର୍ଗେଟ କରିଥିଲେ। ଏ ସମ୍ପର୍କରେ କଂଗ୍ରେସ ଏମ୍‌ପି ରାହୁଲ ଗାନ୍ଧୀ ଜବବା ଦେଇ କହିଛନ୍ତି, ଅମିତ ଶାହା ଇତିହାସ ଜାଣନ୍ତି ନାହିଁ, ସେ କେବଳ ଏହି ପ୍ରସଙ୍ଗକୁ ବଦଳାଇବା ପାଇଁ ଏଭଳି କହୁଛନ୍ତି। ପ୍ରକୃତ ପ୍ରସଙ୍ଗ ହେଉଛି ଜାତିଭିତ୍ତିକ ଜନଗଣନା ଏବଂ କେନ୍ଦ୍ରରେ ଓବିସି ଅଧିକାରୀ।
ରାହୁଲ ଗାନ୍ଧୀ ଆହୁରି ମଧ୍ୟ କହିଛନ୍ତି, ଜବାହର ଲାଲ ନେହେରୁ ଏହି ଦେଶ ପାଇଁ ନିଜ ଜୀବନକୁ ବଳିଦାନ ଦେଇଛନ୍ତି। ସେ ବର୍ଷ ବର୍ଷ ଧରି ଜେଲରେ ରହିଥିଲେ। ଅମିତ ଶାହା ଇତିହାସ ଜାଣନ୍ତି ନାହିଁ। ସେ ଏହାକୁ ପୁନଃଲିଖନ କରିବାକୁ ଚେଷ୍ଟା କରୁଛନ୍ତି ଏବଂ ଏହାକୁ ପ୍ରସଙ୍ଗ ହଟାଇବା ପାଇଁ ବ୍ୟବହାର କରୁଛନ୍ତି। ପ୍ରକୃତ ପ୍ରସଙ୍ଗ ହେଉଛି ଜନଗଣନା। ପ୍ରଧାନମନ୍ତ୍ରୀ ଜଣେ ଓବିସି କିନ୍ତୁ କେନ୍ଦ୍ର ସରକାରଙ୍କ ୯୦ଜଣ ସଚିବଙ୍କ ମଧ୍ୟରୁ କେବଳ ତିନିଟି ଓବିସି କାହିଁକି? ଆମେ ଓବିସି ଅଂଶଗ୍ରହଣ ଏବଂ ଜାତିଭିତ୍ତିକ ଜନଗଣନା ପ୍ରସଙ୍ଗ ସର୍ବଦା ଉଠାଇବୁ।
ଜମ୍ମୁ କଶ୍ମୀର ସଂରକ୍ଷଣ (ସଂଶୋଧନ) ବିଲ ୨୦୨୩ ଏବଂ ଜମ୍ମୁ କଶ୍ମୀର ପୁନର୍ଗଠନ (ସଂଶୋଧନ) ବିଲ ୨୦୨୩ ଉଭୟ ଲୋକ ସଭା ଏବଂ ରାଜ୍ୟ ସଭାରେ ପାରିତ ହେବା ପରେ ଏହା ସଂସଦରେ ଆଲୋଚନା କରାଯାଇଥିଲା। ଏହି ସମୟରେ ଅମିତ ଶାହା ଜମ୍ମୁ କଶ୍ମୀରର ସମସ୍ୟା ପାଇଁ ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହର ଲାଲ ନେହେରୁଙ୍କୁ ଦାୟୀ କରିଥିଲେ।

Comments are closed.