ଆଶ୍ୱସ୍ତି ପାଇଲେ ତେଲେଙ୍ଗାନା ଡିଜିପି

ନିର୍ବାଚନ ଆୟୋଗ ଆଜି ପୋଲିସ ମହାନିର୍ଦ୍ଦେଶକ(ଡିଜିପି) ଅଞ୍ଜନୀ କୁମାରଙ୍କ ନିଲମ୍ବନ ଆଦେଶକୁ ରଦ୍ଦ କରିଛନ୍ତି ନିର୍ବାଚନ କମିଶନ । ଚଳିତ ରାଜ୍ୟ ବିଧାନସଭା ଭୋଟ୍ ଗଣତି ସମୟରେ ଆଚରଣ ବିଧି ଉଲ୍ଲଙ୍ଘନ କରିଥିବା ଅଭିଯୋଗରେ ଅଞ୍ଜନୀଙ୍କୁ ଡିଜିପି ପଦରୁ ନିଲମ୍ବନ କରାଯାଇଥିଲା ।

ସୂଚନାଯୋଗ୍ୟ, ଡିସେମ୍ବର ୩ ତାରିଖରେ ତେଲଙ୍ଗାନା ବିଧାନସଭା ଭୋଟ୍ ଗଣତି ଚାଲିଥିଲା । ଏହି ସମୟରେ ରେଭନ୍ତ ରେଡ୍ଡୀ କାମାରେଡ୍ଡୀ ଆସନରୁ ବହୁ ମତରେ ଆଗେଇ ଚାଲିଥିଲେ । ଏହି ଆସନରୁ ପୂର୍ବତନ ମୁଖ୍ୟମନ୍ତ୍ରୀ କେସିଆର ମଧ୍ୟ ନିର୍ବାଚନ ଲଢୁଥିଲେ । କିନ୍ତୁ ଫଳାଫଳ ପ୍ରକାଶ ପାଇବା ପୂର୍ବରୁ ଡିଜିପି ଅଞ୍ଜନୀ ରେବନ୍ଥ ରେଡ୍ଡୀଙ୍କୁ ତାଙ୍କ ବାସଭବନରେ ଭେଟି ଫୁଲତୋଡା ଦେଇ ଶୁଭେଚ୍ଛା ଜଣାଇଥିଲେ । ସୋସିଆଲ ମିଡିଆରେ ଫଟୋ ଭାଇରଲ୍ ହେବା ପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଏହାପରେ ନିର୍ବାଚନ କମିଶନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଅଞ୍ଜନୀଙ୍କୁ ନିଲମ୍ବନ କରିଥିଲେ ।

Comments are closed.