ପୁଣି କଂଗ୍ରେସ ଉପରେ ବର୍ଷିଲେ ମୋଦି

ଭୁବନେଶ୍ୱର,: କଂଗ୍ରେସ ପୂର୍ବତନ ରାଜ୍ୟ ସଭା ସଦସ୍ୟ ଧୀରଜ ସାହୁଙ୍କ ଘର ଏବଂ ବିଭିନ୍ନ ପ୍ରତିସ୍ଥାନରୁ ୩୫୦ କୋଟି ଟଙ୍କା ଏବଂ ୩ କେଜି ସୁନା ଜବତ ମାମଲାରେ କଂଗ୍ରେସକୁ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଲୋକପ୍ରିୟ ୱେବସିରିଜ ‘ମନି ହାଇଷ୍ଟ’କୁ ଇଙ୍ଗିତ କରି ସେ କହିଛନ୍ତି କଂଗ୍ରେସ ଗତ ୭୦ ବର୍ଷ ହେଲା ଦେଶକୁ ଲୁଟ କରିଛି।

ଭାରତରେ କଂଗ୍ରେସ ଥାଉ ଥାଉ ଥାଉ ‘ମନି ହାଇଷ୍ଟ’ର ଆବଶ୍ୟକ ନାହିଁ। କାରଣ ଗଲା ୭୦ ବର୍ଷ ଧରି କଂଗ୍ରେସ ଦେଶକୁ ଲୁଟୁଛି ଏବଂ ଲୁଟି ଚାଲିଛି। ମଙ୍ଗଳବାର ଭାଜପା ପୋଷ୍ଟ କରିଥିବା ଏକ ଭିଡିଓକୁ ଶେୟାର କରି ପ୍ରଧାନମନ୍ତ୍ରୀ ଏହି କଥା କହିଛନ୍ତି।

ସୂଚନାଯୋଗ୍ୟ, କଂଗ୍ରେସର ପୂର୍ବତ୍ତନ ରାଜ୍ୟ ସଭା ସଦସ୍ୟ ଧୀରଜ ସାହୁଙ୍କ ଘର ଝାଡ଼ଖଣ୍ଡ ଏବଂ ଓଡ଼ିଶାର ବୌଦ୍ଧ ଏବଂ ବଲାଙ୍ଗୀରି ଜିଲାରେ ଥିବା ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନ ଓ ମଦଭାଟିରୁ ୩୫୦ କୋଟି ରୁ ଅଧିକ ଟଙ୍କା ଜବତ ହେବା ପରେ ସମଗ୍ର ଦେଶରେ ଏହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।

ଏହି ମାମଲାରେ ବିଜେଡି, ଭାଜପା ଏବଂ କଂଗ୍ରେସ ପରସ୍ପର ଉପରେ ଅଭିଯୋଗ ଲଦା ଲଦି ହେଉଛନ୍ତି। ଭାଜପାର ବରିଷ୍ଠ ନେତୃତ୍ୱମାନେ ଏହିମାମଲାରେ ବିଜେଡିର ସମ୍ପୃକ୍ତି ଥିବା ଦାବି କରୁଛନ୍ତି। ଏହାର ଜବାବରେ ବିଜେଡି କହିଛି ଯେ, ରାଜ୍ୟରେ ଭାଜପା କଂଗ୍ରେସକୁ ସୁରକ୍ଷା ଦେଉଛି।

Comments are closed.