କାହିଁକି ପୁଣି ଏମିତି କହିଲେ ନୀତିଶ

ପାଟନା:ମେଣ୍ଟ ଭାଙ୍ଗିବା ପରେ କିଛିନା କିଛି ଅଭିଯୋଗ ଆଣି ବିଜେପିକୁ ଟାର୍ଗେଟ କରୁଛନ୍ତି ନୀତିଶ କୁମାର । ଏହାକୁ ନେଇ ମଧ୍ୟ ରାଜନୀତି ବେଶ ସରଗରମ ହେବାର ଲାଗିଛି । ଅଟଳ ବିହାରୀ ବାଜପେୟୀଙ୍କ ସହ ସାଥୀରେ ଥିଲୁ ଆମେ ତାଙ୍କୁ କେତେ ସମ୍ମାନ ଦେଉଥିଲୁ। ଆମେ ମିଳିତ ସରକାରରେ ଥିଲୁ। ସେ ସମୟରେ ପରସ୍ପର ପ୍ରତିଶ୍ରଦ୍ଧା ଓ ସମ୍ମାନ ଥିଲା। ସବୁ କାମ ମିଳିତ ଆଲୋଚନା ଓ ସହମତିରେ ହେଉ ଥିଲା। କିନ୍ତୁ ସେମାନେ ଯେବେ ଆସିଲେ। ଆମେ ଦୂରେଇ ଯିବାକୁ ଚାହିଁଲୁ। ଏହା ପରେ ସେମାନେ ଆମ ପଛରେ ପଡ଼ି ଆମକୁ ମନାଇ ତାଙ୍କ ପାଖକୁ ନେଇଗଲେ। ନିଜ ମୁର୍ଖତା କାରଣରୁ ଆମେ ଫସିଗଲୁ ଏବଂ ଏନଡିଏରେ ସାମିଲ ହୋଇଗଲୁ। ଜେଡିୟୁର ଜାତୀୟ କାର୍ଯ୍ୟକାରିଣୀ ବୈଠକରେ ଯୋଗ ଦେଇ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏହା କହିଛନ୍ତି। ବିଜେପି ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାଁ ସିଧାସଳଖ ନେଇ ନଥିଲେ ମଧ୍ୟ ପରୋକ୍ଷରେ ଶାଣିତ ଆକ୍ରମଣ କରିଥିଲେ ନୀତୀଶ। ନୀତୀଶ କହିଛନ୍ତି ଯେ, ଯାହା ଆଗରୁ ଭୁଲ ହୋଇଛି ତାର ଆଉ ପୁନରାବୃତ୍ତି ହେବ ନାହିଁ । ଆମେ ଆଉ କେବେ ଏନଡିଏ ସହ ବୁଝମଣା କରିବୁନି। ୨୦୧୭ରେ ଏନଡିଏ ସହ ମିଶିବା ଏକ ବଡ଼ ଭୁଲ ନିଷ୍ପତ୍ତି ଥିଲା।

ନୀତୀଶ କୁମାର କହିଛନ୍ତି ଯେ, ୨୦୧୩ରେ ଆମେ ଏନଡିଏ ସହ ସମ୍ପର୍କ ତୁଟାଇଥିଲୁ। କିନ୍ତୁ ୨୦୧୭ରେ ତାଙ୍କ ସହ ହାତ ମିଳାଇ ଭୁଲ କଲୁ। ରାଜ୍ୟବାସୀ ଆମଠାରୁ ଦୂରେଇ ଗଲେ। ଆମେ ଏହାକୁ ହୃଦୟଙ୍ଗମ କଲୁ। ଏବେ ତାଙ୍କଠାରୁ ସମ୍ପର୍କ ତୁଟାଇବା ପରେ ରାଜ୍ୟବାସୀ ଏହି ନିଷ୍ପତ୍ତିକୁ ସ୍ୱାଗତ କରିବା ସହ ପ୍ରଶଂସା କରିଛନ୍ତି । ୨୦୧୩ରେ ଏନଡିଏର ନରେନ୍ଦ୍ର ମୋଦିଙ୍କ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରାଯିବା ପରେ ମେଣ୍ଟରୁ ଓହିରି ଯାଇଥିଲେ ନୀତୀଶ। ୨୦୧୫ ବିହାର ବିଧାନଭସନ ନିର୍ବାଚନରେ ନୀତୀଶ କୁମାରଙ୍କ ଜେଡିୟୁ ରାଜ୍ୟର ଆରଜେଡି ଓ କଂଗ୍ରେସ ମିଶି ମହାମେଣ୍ଟ ସରକାର ହୋଇଥିଲା।

Comments are closed.