ଆସ୍ଥା ଭୋଟରେ ବିଜୟ ହେଲେ ସୋରେନ
ରାଞ୍ଚି: ଲୋକେ ରେସନ୍ କିଣନ୍ତି, କିନ୍ତୁ ‘ବିଜେପି’ ବିଧାୟକମାନଙ୍କୁ କିଣୁଛି ବୋଲି ଆଜି ବିଧାନସଭାରେ ଆସ୍ଥା ଭୋଟ୍ ଆଗତ ସଂଖ୍ୟା ଗରିଷ୍ଠତା ପ୍ରମାଣ କରିଥିବା ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ କହିଛନ୍ତି। ଏହି ଆସ୍ଥା ଭୋଟ୍ରେ ସୋରେନ୍ଙ୍କ ସପକ୍ଷରେ ସମୁଦାୟ ୪୮ଟି ଭୋଟ୍ ପଡ଼ିଥିଲା।
ଦୁର୍ନୀତି ଅଭିଯୋଗ ଆସିବା ପରେ ଅଡୁଆରେ ପଡ଼ିଯାଇଥିବା ମୁଖ୍ୟମନ୍ତ୍ରୀ ସୋରେନ୍ ଆଜି ଝାଡ଼ଖଣ୍ଡ ବିଧାନସଭାର ଦିନିକିଆ ବିଶେଷ ଅଧିବେଶନ ଡକାଇ ଆସ୍ଥା ଭୋଟ୍ ପାଇଁ ପ୍ରସ୍ତାବ ଦେବା ସହ କହିଥିଲେ, ବିରୋଧୀ ଦଳ ଗଣତନ୍ତ୍ରକୁ ନଷ୍ଟ କରି ଦେଇଛି। ‘ବିଜେପି’ ବିଧାୟକମାନଙ୍କ ଘୋଡ଼ା ବେପାରରେ ମାତିଛି। ଆମେ ବିଧାନସଭାରେ ଆମର ସାମର୍ଥ୍ୟ ପ୍ରତିପାଦନ କରିବୁ।
ସୂଚନାଯୋଗ୍ୟ, ବିରୋଧୀ ‘ବିଜେପି’ର ବିଧାୟକ କିଣା ପ୍ରତିହତ କରିବା ପାଇଁ ଝାଡ଼ଖଣ୍ଡର ଶାସକ ମେଣ୍ଟ ବିଧାୟକମାନଙ୍କୁ କଂଗ୍ରେସ ଶାସିତ ଛତିଶଗଡ଼ରେ ଗୋଟାଏ ସୌଖିନ ରିସର୍ଟରେ ରଖାଯାଇଥିଲା। ଗତକାଲି ଏକ ସ୍ବତନ୍ତ୍ର ବିମାନରେ ସେମାନଙ୍କୁ ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିକୁ ଅଣାଯାଇଥିଲା।
Comments are closed.