ବ୍ରାଣ୍ଡ କିଣୁଥିଲେ ସାବଧାନ !

ଭୁବନେଶ୍ୱର: ଆଜିକାଲି ପ୍ରାୟ ଲୋକେ ବ୍ରାଣ୍ଡ ପିନ୍ଧିବାକୁ ପସନ୍ଦ କରନ୍ତି । କାରଣ ଏହା ଲଙ୍ଗ ଲାଷ୍ଟିଙ୍ଗ ଓ ଭଲ କପଡ଼ା । ମାର୍କେଟକୁ ଆସୁଥିବା ବିଭିନ୍ନ ବ୍ରାଣ୍ଡ ନୂଆ କଲେକ୍ସନ କିଣିବାକୁ ଅଧିକାଂଶ ମହିଳାମାନେ ବେଶ ତତ୍ପର । ହେଲେ ବେଳେବେଳେ ଏହି ଆଳରେ ସେମାନେ ଅଜାଣତରେ ଠକାମିର ଶିକାର ହୋଇଥା’ନ୍ତି । କାରଣ ବର୍ତ୍ତମାନ ବିଭିନ୍ନ ବ୍ରାଣ୍ଡେଡ଼୍‌ ସାମଗ୍ରୀର ଏକାଧିକ ନକଲ ମାର୍କେଟକୁ ଆସୁଛି, ଯାହାକି ସହଜରେ ଚିହ୍ନିବା କଷ୍ଟ । ତେଣୁ କିଣିବାବେଳେ କେତେକ ଦିଗ ପ୍ରତି ଦୃଷ୍ଟି ଦେବା ଆବଶ୍ୟକ ।

ଷ୍ଟିଚିଂ: ବ୍ରାଣ୍ଡେଡ଼୍‌ ଡେ଼୍ରସରେ ଷ୍ଟିଚିଂ ସିଧା ଏବଂ ଚାରିଆଡ଼ ଏକା ପ୍ରକାରର ହୋଇଥାଏ । ସୂତା ମଧ୍ୟ ଏକା ପ୍ରକାରର ବ୍ୟବହାର ହୋଇଥାଏ । କେତେକ ବ୍ରାଣ୍ଡ ଷ୍ଟିଚିଂ ଉପରେ କମ୍ପାନୀର ଲୋଗୋ ଟ୍ୟାଗ୍‌ ମଧ୍ୟ ଷ୍ଟିଚ୍‌ ହୋଇଥାଏ ।

ଜିପ୍‌: ନାମୀଦାମୀ ବ୍ରାଣ୍ଡେଡ଼୍‌ ଡେ଼୍ରସରେ ଭଲ କ୍ୱାଲିଟିର ଜିପ ଦେଇଥାଏ । ଏହାକୁ ଚଲାଇବା ବେଳେ ମଧ୍ୟ ଅଟକି ନ ଥାଏ କିମ୍ବା ଭାଙ୍ଗି ପଡି ନ ଥାଏ । ଏଥିରେ ନନବ୍ରାଣ୍ଡ ପ୍ୟାଣ୍ଟ କିମ୍ବା ଅନ୍ୟ ଡେ଼୍ରସ ଭଳି ଜିପ୍‌ ଟାଇଟ୍‌ ହେବା, ଭାଙ୍ଗିବା ସମସ୍ୟା ନ ଥାଏ । ଏମିତିକି କେତେକ ବ୍ରାଣ୍ଡ ଜିପରେ ଏହାର ନାମ କିମ୍ବା ସିମ୍ବଲ ମଧ୍ୟ ରଖିଥା’ନ୍ତି ।

ବଟନ: ଜିପ୍‌ ଭଳି ବଟନରେ ମଧ୍ୟ ଅନେକ ବ୍ରାଣ୍ଡେଡ଼୍‌ କମ୍ପାନୀ ବ୍ରାଣ୍ଡନେମ ଛପାଇଥାନ୍ତି, ଯାହାକି ଚିହ୍ନିବାରେ ସହଜ ହୋଇଥାଏ ।
ଟ୍ୟାଗ୍‌: ଟ୍ୟାଗରେ ବ୍ରାଣ୍ଡ ନେମ୍‌ ଥିବା ଏକାଧିକ ନକଲି ପୋଷାକ ଏବେ ମାର୍କେଟରେ ଉପଲବ୍ଧ । ତେଣୁ କିଣିବା ପୂର୍ବରୁ ଟ୍ୟାଗକୁ ଭଲ ଭାବେ ଦେଖନ୍ତୁ ।

Comments are closed.