କାହିଁକି ମୋହନ ଭାଗବତଙ୍କୁ ନେଇ ଏମିତି କହିଲେ,, ଅସଉଦ୍ଦିନ ଅୱେସି

ନୂଆଦିଲ୍ଲୀ : ଆର୍‌ଏସ୍‌ଏସ୍‌ ମୁଖ୍ୟ ମୋହନ ଭଗବତଙ୍କ କେତେକ ବୟାନ ନେଇ ଏଆଇଏମ୍ଆଇଏମ୍ ମୁଖ୍ୟ ଅସଉଦ୍ଦିନ ଅୱେସି କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଭାଗବତ ଏକ ବୟାନରେ କହିଥିଲେ ଯେ ମୁସଲମାନମାନେ ଭାରତରେ ରହିବା ନେଇ କେବେ ବି ଭୟ କରିନାହାନ୍ତି। କିନ୍ତୁ ସେମାନେ ନିଜକୁ ସର୍ବୋଚ୍ଚ ଭାବି ପଦକ୍ଷେପ ନେବା ଛାଡ଼ନ୍ତୁ ବୋଲି ଭାଗବତ କହିଥିଲେ।।

ଏହାର ଜବାବରେ ଏଆଇଏମ୍‌ଆଇଏମ୍‌ ନେତା ପ୍ରଶ୍ନ କରିଛନ୍ତି ଯେ ମୁସଲମାନମାନଙ୍କୁ ଭାରତରେ ରହିବା କିମ୍ବା ସେମାନଙ୍କ ଧାର୍ମିକ ନୀତି ଅନୁସରଣ କରବା ପାଇଁ ଅନୁମତି ଦେବା ପାଇଁ ମୋହନ ଭାଗବତ କିଏ? ଆମେ ଭାରତୀୟ। ଆମ ନାଗରିକତ୍ୱ ଉପରେ ସର୍ତ୍ତ ରଖିବାକୁ ସେ କିପରି ସାହସ କଲେ ବୋଲି ଅୱେସି ପ୍ରଶ୍ନ କରିଛନ୍ତି। ପ୍ରଧାନମନ୍ତ୍ରୀ ଅନ୍ୟ ଦେଶର ମୁସଲମାନ ନେତାଙ୍କୁ ଆଲିଙ୍ଗନ କରୁଛନ୍ତି। କିନ୍ତୁ ନିଜ ଦେଶରେ କୌଣସି ମୁସଲମାନଙ୍କୁ ଆଲିଙ୍ଗନ କରୁନାହାନ୍ତି ବୋଲି ଅୱେସି କହିଛନ୍ତି।

Comments are closed.