ଜାଣନ୍ତୁ କେବେ ହେବ ଦିଲ୍ଲୀ ମେୟର ନିର୍ବାଚନ

ନୂଆଦିଲ୍ଲୀ : ଦିଲ୍ଲୀ ପୌର ନିଗମ (ଏମ୍‌ସିଡି) ଜାନୁଆରି ୩୦ ତାରିଖରେ ମେୟର ନିର୍ବାଚନ କରିବାକୁ ପ୍ରସ୍ତାବ ଦେଇଛି। ମଙ୍ଗଳବାର ସନ୍ଧ୍ୟାରେ ସେମାନେ ଏହି ପ୍ରସ୍ତାବ ଦିଲ୍ଲୀ ଉପରାଜ୍ୟପାଳ ଭିକେ ସାକ୍ସେନାଙ୍କ ପାଖକୁ ପଠାଇଛନ୍ତି।

ଏମ୍‌ସିଡିର ପ୍ରଥମ ଗୃହ ‌ବୈଠକ ଜାନୁଆରି ୬ରେ ହୋଇଥିଲା କିନ୍ତୁ ଆପ୍ ଓ ବିଜେପି କାଉନ୍‌ସିଲରଙ୍କ ମଧ୍ୟରେ ଗଣ୍ଡଗୋଳ ହେବାରୁ ମେୟର, ଡେପୁଟି ମେୟର ଓ ସ୍ଥାୟୀ କମିଟି ସଦସ୍ୟଙ୍କ ନିର୍ବାଚନ ହୋଇପାରି ନ ଥିଲା। ପ୍ରିଜାଇଡିଂ ଅଫିସର ପ୍ରଥମେ ୧୦ ଜଣ ପ୍ରତିନିଧିଙ୍କ ଶପଥ ଗ୍ରହଣ ପାଇଁ ନିଷ୍ପତ୍ତି ନେବାରୁ ଏହାକୁ ବିରୋଧ କରି ଏହି ଗଣ୍ଡଗୋଳ ହୋଇଥିଲା ଏବଂ ଶପଥ ଗ୍ରହଣ ବି ହୋଇପାରି ନ ଥିଲା।

Comments are closed.