ସାଂସଦଙ୍କୁ ୧୦ ବର୍ଷ ଜେଲ ଦଣ୍ଡ, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ : ୨୦୧୯ ମସିହାର ଏକ ହତ୍ୟା ଉଦ୍ୟମ ମାମଲାରେ ଲାକ୍ଷାଦ୍ବୀପର ଏନ୍‌ସିପି ସାଂସଦ ମହମ୍ମଦ ଫୈଜଲଙ୍କୁ ୧୦ ବର୍ଷ ଜେଲ୍‌ଦଣ୍ଡ ହୋଇଛି। ଲାକ୍ଷାଦ୍ବୀପର କବରତ୍ତି କୋର୍ଟ ଆଜି ‌‌ଫୈଜଲ ଏବଂ ମାମଲାରେ ଅନ୍ୟ ୨୩ ଅଭିଯୁକ୍ତଙ୍କ ମଧ୍ୟରୁ ୨ ଜଣଙ୍କୁ ଦୋଷୀସାବ୍ୟସ୍ତ କରିବାପରେ ସେମାନଙ୍କୁ ଜେଲ୍‌ଦଣ୍ଡ ଦେଇଛନ୍ତି। ଫୈଜଲ ନିଜର ଜଣେ ସମ୍ପର୍କୀୟ ମହମ୍ମଦ ସଲିହଙ୍କ ଉପରେ ଆକ୍ରମଣ କରିଥିବା ମାମଲାରେ ଦୋଷୀସାବ୍ୟସ୍ତ ହୋଇଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ଏକ ସେଡ୍‌ ନିର୍ମାଣକୁ ନେଇ ବଚସା ହେବାରୁ ଫୈଜଲଙ୍କ ନିର୍ଦ୍ଦେଶରେ କିଛି ଲୋକ ସଲିହଙ୍କ ଉପରେ ଆକ୍ରମଣ କରିଥିଲେ । ଏହାପରେ ସଲିହ କେରଳ ଚାଲିଯାଇଥିଲେ ଏବଂ ମାସ ମାସ ଧରି ସେଠାରେ ଚିକିତ୍ସା ହୋଇଥିଲେ।

Comments are closed.