କିଏ ହେବେ ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ
ଲଣ୍ଡନ: ମାତ୍ର ୪୫ ଦିନ ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟ କରିବାକୁ ସକ୍ଷମ ହୋଇଛନ୍ତି। ବ୍ରିଟେନ ଇତିହାସରେ ଲିଜ୍ ଟ୍ରସ୍ ପ୍ରଥମ ପ୍ରଧାନମନ୍ତ୍ରୀ ଯିଏ ସବୁଠାରୁ କମ ଦିନ ଶାସନ କରିବା ପରେ ପଦ ଛାଡ଼ିଛନ୍ତି।
ସେ ଯେଉଁ ପ୍ରତିଶ୍ରୁତି ଦେଇ ପ୍ରଧାନମନ୍ତ୍ରୀ ଗାଦି ଦଖଲ କରିଥିଲେ, ତା’କୁ ପୂରଣ କରିବା ତାଙ୍କ ପକ୍ଷେ ସମ୍ଭବ ହେଉ ନଥିବାରୁ ସେ ଇସ୍ତଫା ଦେଉଥିବା କଥା କହିଛନ୍ତି। ଟ୍ରସ ଇସ୍ତଫା ଦେଇଥିବାରୁ କଞ୍ଜରଭେଟିଭ ପାର୍ଟିର ମୁଖିଆ କିଏ ହେବେ ଓ କିଏ ଦେଶର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନେବେ, ତା’କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।
ଗୋଟିଏ ରିପୋର୍ଟ ଅନୁସାରେ ବିବାଦୀୟ ପରିସ୍ଥିତିରେ ବ୍ରିଟେନର ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ବୋରିସ ଜନସନ ପୁଣିଥରେ ନିର୍ବାଚନ ମୈଦାନକୁ ଓହ୍ଲାଇବେ। ଟ୍ରସଙ୍କ ପୂର୍ବରୁ ଜନସନ ହିଁ ପ୍ରଧାନମନ୍ତ୍ରୀ ଭାବେ କାମ କରୁଥିଲେ। କିନ୍ତୁ କରୋନା ଲକଡାଉନ ନିୟମକୁ ସେ ଉଲ୍ଲଙ୍ଘନ କରିବା ଖବର ସାମ୍ନାକୁ ଆସିବା ପରେ ବିବାଦ ଦେଖାଯାଇଥିଲା। ଦଳ ମଧ୍ୟରେ ବି ସେ ବିରୋଧର ସମ୍ମୁଖୀନ ହୋଇଥିଲେ। ପ୍ରବଳ ବିରୋଧ ଯୋଗୁ ସେ ପ୍ରଧାନମନ୍ତ୍ରୀ ପଦ ଛାଡ଼ିଥିଲେ।
Comments are closed.