ଏଠାରେ ମହାଦେବଙ୍କୁ ଚଢାଯାଏ ସିନ୍ଦୁର, ଜାଣନ୍ତୁ କେଉଁଠି?

ମହାଶିବରାତ୍ରୀକୁ ନେଇ ସମସ୍ତ ମନ୍ଦିର ପରିସର ଚଳଚଞ୍ଚଳ ହୋଇପଡିଛି । କୋନା କଟକଣା ସହ ଭକ୍ତମାନେ ଧାଡି ଦର୍ଶନ କରୁଛନ୍ତି । ଏହି ଦିନ ଭକ୍ତମାନେ ଭଗବାନ ଶିବଙ୍କଠାରେ ବେଲପତ୍ର, ଜଳ, କ୍ଷୀର, ଭାଙ୍ଗ, କର୍ପୁର ଏବଂ ଚନ୍ଦନ ଇତ୍ୟାଦି ଚଢାନ୍ତି । କଥିତ ଅଛି ଭଗବାନ ଶିବଙ୍କ ମସ୍ତକରେ ଆଦୌ ସିନ୍ଦୁର ଚଢାଯାଏ ନାହିଁ ।

କିନ୍ତୁ ଭାରତରେ ଏମିତି ଏକ ମନ୍ଦିର ଅଛି ଯେଉଁଠାରେ ଶିବଙ୍କଠାରେ ସିନ୍ଦୁର ଚଢାଯାଏ । ମଧ୍ୟପ୍ରଦେଶର ଇଟାରସିରେ ଭୋଲେନାଥଙ୍କ ଏକ ମନ୍ଦିର ଅଛି, ଯେଉଁଠାରେ ଶିବଙ୍କୁ ସିନ୍ଦୁର ଦିଆଯାଏ । ଭଗବାନ ଶିବଙ୍କ ଏହି ମନ୍ଦିର ଇଟାରସିଠାରୁ ୧୭ କିଲୋମିଟର ଦୂରରେ ଅବସ୍ଥିତ । ଏଠାରେ ଅନେକ ଦଶନ୍ଧିରୁ ଭଗବାନ ଶିବଙ୍କୁ ସିନ୍ଦୁର ଅର୍ପଣ କରିବା ପରମ୍ପରା ରହିଆସିଛି ।

ତେବେ ଏହି ମନ୍ଦିରର ନାମ ତିଲକ ସିନ୍ଦୁର । ଲୋକେ ଭଗବାନ ଶିବଙ୍କୁ ପ୍ରାର୍ଥନା କରିବାକୁ ଏଠାକୁ ଆସନ୍ତି । ପ୍ରସାଦ ସ୍ୱରୂପ ସିନ୍ଦୁର ଚଢାନ୍ତି । ସ୍ଥାନୀୟ ଲୋକଙ୍କ ଏହି ମନ୍ଦିର ଉପରେ ଆସ୍ଥା ରହିଛି । କୁହାଯାଏ ଭଗବାନ ଶିବଙ୍କ ଏଠାକୁ ଆସୁଥିବା ଭକ୍ତଙ୍କ ମନୋସ୍କାମନା ପୂରଣ ହୋଇଥାଏ । ଲୋକମାନେ ଆଜି ବି ଏହି ପରମ୍ପରାକୁ ପାଳନ କରିଆସୁଛନ୍ତି ।

Comments are closed.