ଶରୀରରେ ହରମୋନ୍‌ ଅସନ୍ତୁଳନ ହୋଇ ରହୁଛିକି ! କିପରି ଜାଣିବେ

ଯଦି ଶରୀରରେ ହରମୋନ୍‌ କାମ ବା ଅଧିକ ରୁହେ ତେବେ ଏହା ଶରୀର ପାଇଁ ହାନିକାରକ । ସେଥିପାଇଁ ହରମୋନକୁ ନିୟନ୍ତ୍ରଣରେ ରଖିବା ପାଇଁ ଡାକ୍ତରମାନେ ପରାମର୍ଶ ଦେଇଥାନ୍ତି । ପରନ୍ତୁ ଆପଣଙ୍କ ଶରୀରରେ ହରମୋନ୍‌ ଅସନ୍ତୁଳିତ ଅବସ୍ଥାରେ ଅଛି ବୋଲି ଆପଣ ଜାଣିବେ କିପରି ? ଏଥିପାଇଁ କେତେକ ଲକ୍ଷଣ ଅଛି ଯାହା ମଧ୍ୟରେ ଆପଣ ଶରୀରର ହରମୋନ୍‌ ସନ୍ତୁଳନ ବିଷୟରେ । ଆସନ୍ତୁ ଜାଣିବା ….

– ଯଦି ଶରୀରରେ ମାତ୍ରାଧିକ ଲୋମ ସୃଷ୍ଟି ହେଉଥିବା ତେବେ ତାହା ବି ହରମୋନ୍‌ ଅସନ୍ତୁଳନ ଯୋଗୁଁ ହୋଇପାରେ ବୋଲି         ଆଶଙ୍କା ଉପୁଜିଥାଏ ।
–  ଯେଉଁମାନଙ୍କ ଶରୀରରୁ ମାତ୍ରାଧିକ ଝାଳ ବାହାରେ ସେମାନେ ମଧ୍ୟ ହରମୋନ୍‌ ଅସନ୍ତୁଳନ ଦ୍ୱାରା ପୀଡ଼ିତ ବୋଲି ଧରିବାକୁ       ହେବ ।
–  ଯଦି କେଶ ଝଡ଼ୁଥାଏ ବା ଚନ୍ଦାପଣର ଶିକାର ହେଉଥାଆନ୍ତି ତେବେ ଏହା ବି ହରମୋନ୍‌ ଅସନ୍ତୁଳନ ଯୋଗୁଁ ହୋଇଥାଏ ।
–  ମୁହଁରେ କଳାଦାଗ ଦେଖାଗଲେ, ଜାଣିବେ ହରମୋନ୍‌ ଅସନ୍ତୁଳନର ଶିକାର ହୋଇଛନ୍ତି ।
–  ଯଦି ଛାତିର ଆକାରରେ ଅସାଧାରଣଭାବେ ବୃଦ୍ଧି ଘଟେ, ତେବେ ବି ଏହା ଏକ ଲକ୍ଷଣ ।
–  ମହିଳାମାନଙ୍କର ମାସିକ ଋତୁୁସ୍ରାବରେ ଅନିୟମିତତା ହେଲେ ଜାଣିବେ ଯେ ହରମୋନ୍‌ ଅସନ୍ତୁଳନର ସମସ୍ୟା ରହିଛି ।
–  ନିଜର ଓଜନ ଅସାମାନ୍ୟ ଭାବେ ଯଦି ନିୟମିତ ବୃଦ୍ଧି ପାଏ, ଅଥବା ହ୍ରାସ ପାଏ, ତେବେ ତାହାର କାରଣ ବି ହୋଇପାରେ      ହରମୋନ୍‌ ଅସନ୍ତୁଳନ ।
–  ଯେତେବେଳେ ଆପଣଙ୍କ ଶରୀର ନିଜର କାର୍ଯ୍ୟଗୁଡିକୁ ନିଜେ କରିବାରେ ସକ୍ଷମ ହୁଏନା, ଏଥିପାଇଁ ଅନ୍ୟ କାହାର ସହାୟତା ଲୋଡ଼ିଥାଏ ।

Comments are closed.