ଭାରସ୍ୟାମ ହରାଇ ଘାଇକୁ ଖସିଲା ବସ୍: ୧୦ ମୃତ,୯ ଆହତ

ଆଜି ସକାଳ ୯ଟାରେ ଉତ୍ତରାଖଣ୍ଡ ଚମ୍ବା ଜିଲ୍ଲାରେ ଏକ ବସ୍ ଭାରସାମ୍ୟ ହରାଇ ୨୫୦ ମିଟର ଗଭୀର ଘାଇକୁ ଖସିପଡିଛି । ଫଳରେ ୧୦ ରୁ ଅଧିକ ମୃତ୍ୟୁ ବରଣ କରିଥିବା ବେଳେ ୯ ଜଣ ଗୁରୁତର ଆହତ ହୋଇଛନ୍ତି । ଗଙ୍ଗୋତ୍ରୀ-ଋଷିକେଶ ରାଜପଥରୁ ଖସିଥିବା ଏହି ବସରେ ସର୍ବମୋଟ ୨୫ ଜଣ ଯାତ୍ରୀ ଯାତ୍ରା କରୁଥିଲେ । ପରେ ଘଟଣାସ୍ଥଳରେ ଏନଡିଆର୍‌ଏଫ୍‌ ଓ ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତି ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଓ ଆହତ ପରିବାରଙ୍କୁ ୫୦ ହଜାର ଟଙ୍କାର ସହାୟତ ରାଶି ଯୋଗାଇବା ସହିତ ମାଗଣା ଚିକିତ୍ସା ଯୋଗାଇଦେବା ପାଇଁ ଘୋଷଣା କରାଯାଇଛି ।

Comments are closed.