ହାଇକୋର୍ଟ ବେଞ୍ଚ ଦାବି ନେଇ ଆଜି ସମଗ୍ର ପଶ୍ଚିମ ଓଡ଼ିଶାରେ ୧୨ ଘଣ୍ଟିଆ ବନ୍ଦ ପାଳନ
ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ଦାବି ନେଇ ଆଜି ସମଗ୍ର ପଶ୍ଚିମ ଓଡ଼ିଶାରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି I ସେହିପରି ବଲାଙ୍ଗୀର ଜିଲ୍ଲାରେ ଏହା ପ୍ରଭାବ ବିଶେଷ ମାତ୍ରାରେ ଦେଖିବାକୁ ମିଳିଛି I ବନ୍ଦ ପାଳନ ଯୋଗୁଁ ସମସ୍ତ ଦୋକାନ ବଜାର, ବୀମା ଅଫିସ, ସରକାରୀ ବେସରକାରୀ କାର୍ଯ୍ୟାଳୟ, ସ୍କୁଲ, କଲେଜ, ରାସ୍ତାଘାଟ ଇତ୍ୟାଦି ବନ୍ଦ କରିଦିଆଯାଇଛି I ବନ୍ଦ ପାଳନକାରୀଙ୍କ ଅନୁଯାୟୀ ଗଣତନ୍ତ୍ର ପଦ୍ଧତି ଅନୁଯାୟୀ ଶାନ୍ତି ଶୃଙ୍ଖଳା ଭାବରେ ଏହି ବନ୍ଦ ପାଳନ କରାଯାଉଅଛି I ଅନ୍ୟପକ୍ଷରେ ଏହି ବନ୍ଦ ପାଳନକୁ ଜିଲ୍ଲା କଂଗ୍ରେସ ତରଫରୁ ମଧ୍ୟ ସମ୍ପୂର୍ଣ ମାତ୍ରାରେ ସମର୍ଥନ କରାଯାଉଅଛି I ପଶ୍ଚିମ ଓଡ଼ିଶାରେ ସ୍ଥାୟୀ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ହେଲେ ଅନେକ ଲୋକେ ଏଥିରୁ ଲାଭବାନ ହେବେ ବୋଲି ଓକିଲ ସଂଘ ତରଫରୁ ମତ ପ୍ରଦାନ କରାଯାଇଛି I ଦୀର୍ଘ ବର୍ଷ ଧରି କେନ୍ଦ୍ର ଏବଂ ରାଜ୍ୟ ସରକାରକୁ ଏ ବିଷୟ ନେଇ ବାରମ୍ବାର ଦାବି କରାଯାଉଥିଲେ ମଧ୍ୟ କୌଣସି ଫଳପ୍ରଦ କାର୍ଯ୍ୟାନୁଷ୍ଠାନ ନନିଆଯିବାରୁ ଆଜି ଏହି ବନ୍ଦ ପାଳନ ପନ୍ଥା ଅବଲମ୍ବନ କରାଯାଉଛି I ଏହା ସହ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ହସ୍ତକ୍ଷେପ ନକରିବା ପାଇଁ ଷ୍ଟେଟ ବାର କାଉନସିଲକୁ ଅନୁରୋଧ କରାଯାଇଛି I ଯଦି ଏଥିରେ ସମସ୍ୟା ଉପୁଜେ ତେବେ ଆଗାମୀ ଦିନରେ ଆନ୍ଦୋଳନ ଭୟଙ୍କର ରୂପ ନେବ ବୋଲି ଚେତାବନୀ ମଧ୍ୟ ଦେଇଛନ୍ତି I ବଲାଙ୍ଗୀରରୁ ନସିବ ପଟେଲଙ୍କ ସହ ବ୍ୟୁରୋଚିଫ୍ ରାଧେଶ୍ୟାମ ହାତୀଙ୍କ ରିପୋର୍ଟ ମହକ ଟିଭି ନିଉଜ I
Comments are closed.