ଅତ୍ୟଧିକ ଭିଟାମିନ ହୋଇପାରେ ରୋଗର କାରଣ

ଭୁବନେଶ୍ୱର: ଶରୀର ସୁସ୍ଥ, ନୀରୋଗ ଓ ଦୀର୍ଘାୟୁ ନିମନ୍ତେ ଭିଟାମିନ୍ ନିତ୍ୟାନ୍ତ ଆବଶ୍ୟକ । ଏହା ଶରୀରର ମସ୍ତିଷ୍କ, ଅସ୍ଥି, ତ୍ୱଚା ଏବଂ ରକ୍ତକୁ ସୁସ୍ଥ ରଖିଥାଏ । ରୋଗ ପ୍ରତିରୋଧକ କ୍ଷମତା ବଢ଼ାଇଥାଏ । ଶରୀର ତା’ର ଆବଶ୍ୟକତା ମୁତାବକ ଭିଟାମିନ ଗ୍ରହଣ କରିଥାଏ । ବେଳେବେଳେ ଶରୀର ପ୍ରାକୃତିକ ଉସôରୁ ଭିଟାମିନ୍ ଗ୍ରହଣ କରିବା ପାଇଁ ଅସମର୍ଥ ହୁଏ । ଅନ୍ୟପକ୍ଷରେ ସନ୍ତୁଳିତ ଆହାର ନ ଖାଇବା କାରଣରୁ ଭିଟାମିନ୍ ଅଭାବ ଜନିତ ରୋଗ ହୋଇଥାଏ । କୃତ୍ରିମ ଭାବେ ଭିଟାମିନ୍ ପାଇବା ପାଇଁ ଇଞ୍ଜେକ୍ଶନ୍, ବଟିକା ସେବନ କରାଯାଏ । ମାତ୍ର ଏହା ଅତ୍ୟଧିକ ହେଲେ ଭିଟାମିନ୍ ଅଧିକ ଜନିତ ରୋଗ ହୋଇଥାଏ, ଯାହାକୁ ‘ହାଇପର ଭିଟାମିନୋସିସ୍’ ବୋଲି କୁହାଯାଏ ।

ଏହି ଭିଟାମିନ୍ ଗୁଡ଼ିକ ପ୍ରାୟତଃ ଦୁଇପ୍ରକାର ଦେଖାଯାଏ । ଗୋଟିଏ ଭିଟାମିନ୍ ବି ଓ ସି ଯାହା ଆମ ଶରୀରରେ ଥିବା ଜଳୀୟଅଂଶରେ ମିଶିଥାଏ । ଏହା ଅଧିକ ହେଲେ ପରିସ୍ରା ଦେଇ ବାହାରିଯାଏ । ଏବଂ ଅନ୍ୟଗୁଡ଼ିକ ଚର୍ବିରେ ମିଶିଥାଏ ଯଥା- ଭିଟାମିନ୍ ଏ, ଡି, ଇ ଓ କେ । ଏହିଗୁଡ଼ିକ ତନ୍ତୁ ହୃଦୟ ଓ ଅନ୍ୟ ଅଙ୍ଗରେ ଜମା ହୋଇ ରହେ ଦରକାର ବେଳେ କାର୍ଯ୍ୟରେ ଆସେ ।

ଭିଟାମିନ୍ -ଏ : ଦରକାର ଠାରୁ ଅଧିକ ଗ୍ରହଣ କଲେ ବାଳ ଝଡ଼ିବା, ତ୍ୱଚା ଶୁଷ୍କ, ରୁକ୍ଷ, ଲାଲ୍ ପଡ଼ିବା, ମସ୍ତିଷ୍କରେ ଚାପ ବଢ଼ିବା, ଆଖିକୁ ଦେଖା ନ ଯିବା, ବାନ୍ତି ଲାଗିବା, ମୁଣ୍ଡ ବ୍ୟଥା, ଚିଡ୍ଚିଡ୍ ଲାଗିବା ଓ ହାଡ଼ରେ ଯନ୍ତ୍ରଣା ହେବା । ଶେଷରେ ରୋଗୀ କୋମା ଅବସ୍ଥାକୁ ଚାଲିଯାଇପାରେ ।
ଭିଟାମିନ୍ ‘ଡି’ : ଏହା ଶରୀରରେ ଅଧିକ ହେଲେ ବାନ୍ତି ଲାଗିବା, କୋଷ୍ଠବଦ୍ଧତା, ଅଧିକ ଶୋଷ ଲାଗିବା, ଅଧିକ ପରିସ୍ରା ହେବା ଓ ପତଳା ସ୍ୱାସ୍ଥ୍ୟ ହୋଇଥାଏ ।
ଭିଟାମିନ୍-ଇ : ଏଥିରୁ ଅଧିକ ହେଲେ ପ୍ରୋଷ୍ଟେଡ୍ କ୍ୟାନ୍ସର, ଷ୍ଟ୍ରୋକ୍ ଏବଂ ରକ୍ତସ୍ରାବ ହେବା ଦେଖାଯାଏ ।
ଭିଟାମିନ୍ କେ : ଏହା ରକ୍ତ ଜମାଟ ବାନ୍ଧିବା, ଅସ୍ଥିକୁ ସୁଦୃଢ଼ କରେ । ଅଧିକ ହେଲେ ସଦ୍ୟଜାତ ଶିଶୁର କାମଳ, ହେମୋଲାଇଟିକ୍, ଏନିମିଆ(ରକ୍ତହୀନତା) ଦେଖାଯାଏ ।
ଭିଟାମିନ୍-ବି : ଏହା ଭୋକ, ସ୍ୱାସ୍ଥ୍ୟ ଓ ଓଜନ ବଢ଼ାଏ । ଅଧିକ ଗ୍ରହଣ କଲେ ଯକୃତ କାର୍ଯ୍ୟକ୍ଷମତା ହରାଏ ।
ଭିଟାମିନ୍ ବି-୬ : ଏପରି ଭିଟାମିନ୍ ଅଧିକ ସେବନ କଲେ ସ୍ନାୟୁଗୁଡ଼ିକ ନଷ୍ଟ ହେବା, ଯକୃତ ଖରାପ ହେବା, ତ୍ୱଚା ସୂର୍ଯ୍ୟାଲୋକ ସହ୍ୟ କରିପାରେ ନାହିଁ । ବାନ୍ତି ଲାଗିବା, ଛାତି ଜଳାପୋଡ଼ା ହୋଇଥାଏ ।
ଭିଟାମିନ୍-ସି : ଅଧିକ ହେଲେ ପେଟଜନିତ ରୋଗ, ପତଳା ଝାଡ଼ା, ଆମାଶୟ ମାଂସପେଶୀ ଆକୁଞ୍ଚନ, ବାନ୍ତି, ମୁଣ୍ଡବ୍ୟଥା ଇତ୍ୟାଦି ଲକ୍ଷଣ ଦେଖାଯାଏ ।

ଏଣୁ ସନ୍ତୁଳିତ ଆହାର ସେବନ କରିବେ । ଜିହ୍ୱା ଓ ଲୋଭକୁ ସମ୍ବରଣ କରିବେ, ବିଭିନ୍ନ ଋତୁରେ ଉପôନ ହେଉଥିବା ଫଳ, ପନିପରିବାକୁ ସେବନ କରିବେ । ସଜନାଶାଗ, ପିଜୁଳି, ଲଙ୍କା, ଅମୃତଭଣ୍ଡା, କଦଳୀ ଇତ୍ୟାଦି ଫଳ ଓ ପନିପରିବାକୁ ପ୍ରାଧାନ୍ୟ ଦେବେ । ଆମାଶୟ ଓ ଅନ୍ତ୍ରର କାର୍ଯ୍ୟଦକ୍ଷତା ବୃଦ୍ଧି ପାଇଁ ସମୟ ବ୍ୟବଧାନ ରଖିବେ । ପାଣି ପିଇବେ । ଯୋଗାଭ୍ୟାସ କରିବେ । ଶରୀର ପାଇଁ ହିତକାରୀ ପ୍ରାକୃତିକ ଔଷଧ ଓ ଉପଚାରକୁ ପ୍ରାଧାନ୍ୟ ଦେବେ ।

Comments are closed.