ଚାଲିଗଲେ ୩୦ ବର୍ଷୀୟ ଏହି ଅଭିନେତା

ସିନେପ୍ରେମୀଙ୍କ ପାଇଁ ପୁଣି ଏକ ଦୁଃଖଦ ଖବର। ମାତ୍ର ୩୦ ବର୍ଷ ବୟସରେ ଜୀବନ ହରାଇଛନ୍ତି ଜଣେ ଯୁବ ଅଭିନେତା। କ୍ୟାନସର ପାଇଁ ଚାଲିଯାଇଛନ୍ତି ଜଣେ ୩୦ ବର୍ଷୀୟ ଯୁବ ଅଭିନେତା । ଆସମିଆ ଅଭିନେତା କିଶୋର ଦାସ କ୍ୟାନସରରେ ପୀଡ଼ିତ ହୋଇ ଗତ କିଛିଦିନ ଧରି ଚିକିତ୍ସିତ ହେଉଥିଲେ । ଏଥିସହିତ ସେ କୋଭିଡ-୧୯ରେ ମଧ୍ୟ ସଂକ୍ରମିତ ହୋଇଥିଲେ । ଅଭିନେତା ଜଣକ କ୍ୟାନସରର ଚତୁର୍ଥ ଷ୍ଟେଜର ରହି ଚେନ୍ନାଇର ଏକ ହସପିଟାଲରେ ଚିକିତ୍ସିତ ହେଉଥିଲେ। ଅନେକ ଦିନ ପର୍ଯ୍ୟନ୍ତ ତାଙ୍କ ଚିକିତ୍ସା ଗୌହ୍ଵାଟୀରେ ମଧ୍ୟ ଚାଲିଥିଲା। କିଶୋରଙ୍କ ମୃତ୍ୟୁରେ ତାଙ୍କର ବନ୍ଧୁ, ପରିବାର, ଓ ଫ୍ୟାନ୍ସଙ୍କ ମନରେ ଗଭୀର ଦୁଃଖର ଲହରୀ ଖେଳାଇ ଦେଇଛି ।

ମୃତ୍ୟୁ ପୂର୍ବରୁ ହସ୍ପିଟାଲ ବେଡରେ ଚିକିତ୍ସିତ ହେଉଥିବା ଅବସ୍ଥାରେ କିଶୋର କିଛି ସମୟ ପୂର୍ବରୁ ନିଜର ଏକ ଫଟୋ ସେୟାର କରିଥିଲେ । ଏ ନେଇ କିଶୋର କହିଥିଲେ, ମୁଁ କେମୋଥେରାପିର ଚତୁର୍ଥ ପର୍ଯ୍ୟାୟରେ ରହିଛି । କାମୋଥେରାପିର ଅନେକ ସାଇଡ୍ ଇଫେକ୍ଟସ ରହିଛି । ଦୁର୍ବଳତା, ଚକ୍କର ଆସିବା ପରି ସମସ୍ୟା ଦେଇ ମୁଁ ଗତି କରୁଛି । ଷ୍ଟେଜ ୪ କ୍ୟାନସର ବିଷୟରେ ଜାଣିବା ପରେ ମୋର ଜୀବନର ସତ୍ୟତା ବଦଳି ଯାଇଛି ।

Comments are closed.