ଜିନ୍ଦଲ କମ୍ପାନୀ ପ୍ୟାକେଜ ଘୋଷଣା ପରେ ପାନବରଜ ଭାଙ୍ଗିଲେ ଗ୍ରାମବାସୀ

0

କୁଜଙ୍ଗ(ଦିପାରାଣୀ ରାଉତ) : ପ୍ରସ୍ତାବିତ ଜିନ୍ଦଲ ପ୍ରକଳ୍ପ ପାଇଁ କମ୍ପାନୀ ତରଫରୁ ପ୍ୟାକେଜ ଘୋଷଣା ପରେ ସ୍ୱତପ୍ରବୃତ ଭାବରେ ପାନ ବରଜ ଭାଙ୍ଗିଲେ ଗୋବିନ୍ଦ ପୁର୍ ଲୋକେ। ପ୍ରଶାସନ ଉପସ୍ଥିତ ରେ ଗୋବିନ୍ଦପୁର ଗ୍ରାମ ର ୬ଟି ପରିବାର ନିଜ ନିଜ ପାନ ବରଜ ଭାଙ୍ଗି ଜିନ୍ଦଲ କମ୍ପାନୀ କୁ ସମର୍ଥନ କରିଛନ୍ତି। ଏହି ପାନବରଜ ଭଙ୍ଗା କାର୍ଯ୍ୟ ରେ ବିରିଡି , କୁଜଙ୍ଗ ଓ ଏରସମା ର ତହସିଲଦାର ଏବ୍ଂ ରଘୁନାଥ ପୁର୍ ଅତିରିକ୍ତ ତହସିଲଦାର ଉପସ୍ଥିତ ରହିଥିଲେ । ଗୋଟିଏ ପଟେ ପ୍ରକଳ୍ପ କୁ ନେଇ ଢିଙ୍କିଆ ଓ ମାହାଳ ରେ ପ୍ରଶାସନ ଏବଂ ପୋଲିସ ସହିତ ଲୋକେ ଟେକା ପଥର ମାଡ କରିବା ଓ ଗ୍ରାମ ସୀମା କୁ ତାଟି ଦେଇ ବନ୍ଦ କରୁଥିବା ବେଳେ ଗୋବିନ୍ଦପୁର ଗ୍ରାମ ର ୬ ଟି ପରିବାର ନିଜ ନିଜର ପାନ ବରଜ ଭାଙ୍ଗିବା ସହିତ କମ୍ପାନୀ ନିର୍ମାଣ କୁ ସ୍ୱାଗତ କରିଛନ୍ତି। ବରଜ ଭାଙ୍ଗୁ ଥିବା ବ୍ୟକ୍ତି ଙ୍କୁ ସର୍ଭେ କରାଯାଇ କ୍ଷତିପୂରଣ ଦିଆଯିବା ନେଇ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ଢ଼ିଙ୍କିଆ ଗ୍ରାମରେ କମ୍ପାନୀ ନିର୍ମାଣ କୁ ପ୍ରବଳ ବିରୋଧ ପ୍ରଦର୍ଶନ କରାଯାଇଛି। କମ୍ପାନୀ ଓ ପୋଲିସ କୁ ଗ୍ରାମ ଭିତରକୁ ପୁରାଇ ନଦେବା ପାଇଁ ଗ୍ରାମ ର ତାଟି ପାଖରେ ସ୍କୁଲ ପିଲା ମାନେ ଧାରଣା ଦେଇ ବସିଛନ୍ତି। କିନ୍ତୁ ଗୋବିନ୍ଦପୁର ଗ୍ରାମର ପାନବରଜ ଭାଙ୍ଗିଥିବା ୬ଟି ପରିବାର କମ୍ପାନୀ ନିର୍ମାଣ କୁ ସମର୍ଥନ କରିବା ସହିତ କମ୍ପାନୀ ନିର୍ମାଣ ହେଲେ ସ୍ଥାନୀୟ ଯୁବକ ଯୁବତୀ ଦାଦନ ଖଟିବାକୁ ବାହାରକୁ ନ ଯାଇ ସ୍ଥାନୀୟ କମ୍ପାନୀ ରେ ନିଯୁକ୍ତି ପାଇବା ନେଇ ପ୍ରକଳ୍ପ ନିର୍ମାଣ କୁ ସ୍ୱାଗତ କରିଛନ୍ତି।

Leave A Reply

Your email address will not be published.