ଆମ ଗାଁ ଆମ ବିକାଶ: ୫୮ ପଞ୍ଚାୟତ ପାଇଁ ୧୨ କୋଟି

ରାଜ୍ୟର ପ୍ରତ୍ୟେକ ଗ୍ରାମର ବିକାଶ ପାଇଁ ରାଜ୍ୟ ସରକାର ଆମ ଗାଁ ଆମ ବିକାଶ ଯୋଜନା ଆରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଆଗେଇବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କୋରାପୁଟ, ପୁରୀ ଓ କଳାହାଣ୍ଡି ଜିଲ୍ଲାର ତିନୋଟି ବ୍ଲକର ୫୮ଟି ପଞ୍ଚାୟତ ପାଇଁ ୧୨.୮୧କୋଟି ଟଙ୍କା ମଞ୍ଜୁର କରିଛନ୍ତି । କୋରାପୁଟ ବ୍ଲକର ୧୪ଟି ପଞ୍ଚାୟତ ପାଇଁ ୨.୫୨ କୋଟି ଟଙ୍କାରେ ୮୮ଟି ପ୍ରକଳ୍ପ, ଗୋଲମୁଣ୍ଡା ବ୍ଳକର ୨୮ ପଞ୍ଚାୟତ ପାଇଁ ୬.୧୬ କୋଟିରେ ୨୯୫ଟି ପ୍ର୍କଳ୍ପ ଓ କାକଟପୁର ବ୍ଳକର ୧୬ଟି ପଞ୍ଚାୟତ ପାଇଁ ୪.୧୩ କୋଟି ଟଙ୍କାରେ ୧୬୦ ପ୍ରକଳ୍ପ ମଞ୍ଜୁର କରାଯାଇଛି । ମୋଟ ଭାବେ ୫୮ଟି ପଞ୍ଚାୟତ ପାଇଁ ୫୪୩ଟି ପ୍ରକଳ୍ପ ମଞ୍ଜୁର କରାଯାଇଛି ।

Comments are closed.