ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ

ନୟାଗଡ଼(ଚିରଞ୍ଜିବି ଦାଶ) : ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ l ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ନୟାଗଡ ଜ଼ିଲ୍ଲା ରଣପୁର ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ଯନ୍ତ୍ରୀ ରୁଷିନାଥ ବରାଳଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି l ଆଜି ସକାଳୁ ଭିଜିଲାନ୍ସର 4ଟି ଟିମ ଏକାକାଳୀନ ଖୋର୍ଦ୍ଧା, ନୟାଗଡ,ଢେଙ୍କାନାଳ ରଣପୁରରେ ରେଡ କରିଛି l ରଣପୁର ସ୍ଥିତ ଯନ୍ତ୍ରୀଙ୍କ ସରକାରୀ ବାସଭବନରେ ରେଡ କରି ତାଙ୍କ ନିକଟରୁ ଗୋଟିଏ ପ୍ଲଟ, ଗୋଟିଏ 4ଚକିଆ ଦାମୀ କାର ସହ 1ଲକ୍ଷ 30ହଜାର ଟଙ୍କା ଜବତ କରାଯାଇଛି l ଏହି ଚଢ଼ାଉରେ 4ଜଣ ଡି.ଏସ.ପି, 8 ଇନ୍ସପେକ୍ଟର ସାମିଲ ହୋଇଥିବା ସୂଚନା ମିଳିଛି l

Comments are closed.