ଉଚ୍ଚବିଦ୍ୟାଳୟର ନୂତନ ଏସ.ଏମ.ସି ଗଠିତ
ବାଲେଶ୍ୱର(ଲଷ୍ମୀଧର ପ୍ରଧାନ) : ଅମର୍ଦ୍ଦାରୋଡ ସିଦ୍ଧେଶ୍ୱର ଉଚ୍ଚବିଦ୍ୟାଳୟର ନୂତନ ଏସ.ଏମ.ସି ଗଠିତ ହୋଇଯାଇଅଛି । ଉକ୍ତ ବୈଠକରେ ସିଦ୍ଧେଶ୍ୱର ଉଚ୍ଚବିଦ୍ୟାଳୟର ଭରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରସନ୍ନ କୁମାର ଦାସ,ପର୍ଯ୍ୟ ବେକ୍ଷକ ଭାବେ ଗୁଡ଼ିଖାଳ ବିନୋଦ ବିହାରି ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷକ ନରେନ୍ଦ୍ର କୁମାର ନାୟକ, ନଟାକଟା ପଞ୍ଚାୟତ ସରପଞ୍ଚ ରବିନ୍ଦ୍ର କୁମାର ମହାନ୍ତି ପ୍ରମୁଖଙ୍କ ଉପସ୍ଥିତିରେ ଏସ.ଏମ.ସି ଗଠିତ ହୋଇଥିଲା । ଉକ୍ତ ସଭାର ଆଭିମୁଖ୍ୟ ସମ୍ପର୍କରେ ସବିଶେଷ ଆଲୋଚନା ହେବା ପରେ ସର୍ବ ସିଦ୍ଧାନ୍ତରେ ୧୨ ଜଣିଆ ଏକ କମିଟି ଗଠନ କରାଯାଇଥିଲା । ଏହି କମିଟିରେ ସରକାରଙ୍କ ନିୟମାବଳୀ ଅନୁଯାୟୀ ଅନୁସୂଚିତ ଜନଜାତି/ଅନୁସୁଚିତ ଜାତି ଓ ସାଧାରଣ ଜନଜାତି ମାନଙ୍କୁ ନେଇ କମିଟି ଗଠିତ ହୋଇଥିଲା । ସଦସ୍ୟା/ସଦସ୍ୟ ଭାବେ ସର୍ବଶ୍ରୀ ଝରଣା ମୁର୍ମୁ, ବବି ମୁଖୀ,ବନଜା ମହାନ୍ତି,ବବିତା ପାତ୍ର,ବନ୍ଦନା ଦାସ,ପ୍ରଭାତୀ ପଣ୍ଡା,ପୂର୍ଣ୍ଣ ଚନ୍ଦ୍ର ମହାଳିକ,ଦେବଜିତ ଘୋଷ,ବସନ୍ତ ବେହେରା,ଜୟନ୍ତ ବେହେରା,ମଧୁସୂଦନ ନାୟକ,ସତ୍ୟବ୍ରତ ପତି ପ୍ରମୁଖ ମନୋନୀତ ହୋଇଥିଲେ । ଉଚ୍ଚବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ଓ କର୍ମଚାରୀ ଉପସ୍ଥିତି ରହି କାର୍ଯ୍ୟକ୍ରମକୁ ସୁଚାରୁରୂପେ ପରିଚାଳନା ଓ ସହଯୋଗ କରିଥିଲେ । ସର୍ବଶେଷରେ ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ହୃଷୀକେଶ ଜେନା ଧନ୍ୟବାଦ ଅର୍ପଣ କରିବା ସହ ସଭା ଭଙ୍ଗ କରାଯାଇଥିଲା ।
Comments are closed.