GRSଙ୍କ ଘରେ ଭିଜିଲାନ୍ସ ରେଡ୍

ନବରଙ୍ଗପୁର,୨୧ ।୧: ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ସିଂସାରୀ ଓ ଭଣ୍ଡାରୀଗୁଡା ପଞ୍ଚାୟତର ଜିଆରଏସ୍ ହିମାଂଶୁ ବାଘଙ୍କ ଘରେ ଭିଜିଲାନ୍ସ ରେଡ୍ ହୋଇଛି । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ ଜାରି । ଉମରକୋଟ ଭଗବତୀସାହି ବାସଭବନରେ ଚଢାଉ କରିଛି ଭିଜିଲାନ୍ସ । ତାଙ୍କ ଉମରକୋଟ ଭଗବତୀ ନଗରସ୍ଥିତ ବାସଭବନ, ସାନଭରଣ୍ଡିସ୍ଥିତ ବାସଭବନ ଓ ସିଂସାରୀ ଓ ଭଣ୍ଡାରୀଗୁଡା ପଞ୍ଚାୟତ କାର୍ଯ୍ୟାଳୟରେ ଭିଜିଲାନ୍ସ ଚଢ଼ାଉ ଜାରି ରହିଛି। ହିମାଂଶୁଙ୍କ ନାଁରେ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗ ଆସିଥିଲା। ତାଙ୍କ ଘରୁ ବିପୁଳ ପରିମାଣର ସମ୍ପତ୍ତି ଜବତ କରାଯାଇଛି।

ତେବେ ଚଢାଉ ସମୟରେ ଜିଆର୍‌ଏସ୍‌ଙ୍କ ଘରୁ ୧୭ ଲକ୍ଷ ୮୩ ହଜାର ନଗଦ ଟଙ୍କା, ଗୋଟିଏ କାର, ୩ଟି ମୋଟର ସାଇକେଲ ଓ ଗୋଟିଏ ଅଟୋ ଜବତ କରାଯାଇଛି। ଏହି ଚଢାଉରେ ନବରଙ୍ଗପୁର, କଳାହାଣ୍ଡି, ଜୟପୁର, ମାଲକାନଗିରି ଓ ନୂଆପଡାର ୩ଟି ଟିମ ସାମିଲ ଅଛନ୍ତି ।

Comments are closed.