ଓଲଟିଲା ଫଳ ବୋଝେଇ ପିକଅପ୍ ଗାଡି, ୨ ଆହତ

କଳାହାଣ୍ଡି, ବୁଦ୍ଧେଶ୍ୱର ଚୌଧୁରୀ : କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅଧିନସ୍ଥ ୨୬ ନଂ ଜାତୀୟ ରାଜପଥ ଚିଲିଗୁଡା ରାସ୍ତାରେ ଭାରସାମ୍ୟ ହରାଇ ଏକ ଫଳ ବୋଝେଇ ବୋଲେରୋ ପିକଅପ୍ ଯାହାର ଗାଡି ଓଲଟି ପଡ଼ିଛି। ଦୁର୍ଘଟଣାରେ ଡ଼୍ରାଇଭର ଓ ହେଲପର ଆହତ ହୋଇଥିବା ବେଳେ ଘଟଣାସ୍ଥଳରେ କୋକସରା ପୋଲିସ ପହଞ୍ଚି ତଦନ୍ତ କରିବା ସହ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଭବାନୀପାଟଣା ରୁ ନବରଙ୍ଗପୁର ଯାଉଥିବା ବେଳେ ପଛପଟ ଚକ ଫାଟିଯାଇଥିଲା ଫଳରେ ଭାରସାମ୍ୟ ହରାଇ ଗାଡିଟି ଓଲଟି ପଡିଥିବା ସୂଚନା ମିଳିଛି।

 

Comments are closed.