ଭିଜିଲାନ୍ସ ଜାଲରେ କେନ୍ଦ୍ର ସମବାୟ ସମିତି କର୍ମଚାରୀ

ଟିଟିଲାଗଡ଼, ଗୋକୁଳା ନନ୍ଦ ବଗର୍ତ୍ତି : ଆୟବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ବଲାଙ୍ଗିର ଜିଲ୍ଲା କେନ୍ଦ୍ର ସମବାୟ ସମିତି ବ୍ୟାଙ୍କ ଲାଠୋର ଶାଖାର ପରିଚାଳକ ଭାବେ କାର୍ଯ୍ୟରତ ସାଗର ରଣାଙ୍କ ଟିଟିଲାଗଡ ସ୍ଥିତ ବାସଭବନରେ ଭିଜିଲାନ୍ସ ପକ୍ଷରୁ ଆଜି ସକାଳ ଛଅ ଟାରୁ ଚଢ଼ାଉ ଜାରି ରହିଛି । ଏକା ସଙ୍ଗେ ଲାଠୋର ବ୍ୟାଙ୍କ୍ ଅଫିସ ଓ ସଇଁନ୍ତଲା ଅନ୍ତର୍ଗତ ଘୁନସରରେ ଥିବା ସାଗର ରଣାଙ୍କ ଶଶୁର ଘରେ ଚଢ଼ାଉ କରିଛି ଭିଜିଲାନ୍ସ । ବଲାଙ୍ଗିର ଭିଜିଲାନ୍ସ ଡ଼ିଏସପି କାଦମ୍ବିନୀ ସାମଲଙ୍କ ନେତୃତ୍ବରେ ଭିଜିଲାନ୍‌ସ୍‌ର ଏକ ୧୨ ଜଣିଆ ଦଳ ଏହି ଚଢ଼ାଉରେ ସାମିଲ ଅଛନ୍ତି । ବଲାଙ୍ଗିର, ବରଗଡ ଓ ସମ୍ବଲପୁର ଭିଜିଲାନ୍ସ ମିଶି ଏକକାଳୀନ ଚଢ଼ାଉ କରିଛନ୍ତି । ଶ୍ରୀ ରଣା ପ୍ରଥମେ ପାକ୍‌ସ୍‌ ସେକ୍ରେଟାରୀ ଭାବେ ଯୋଗ ଦେଇଥିବା ବେଳେ ପରେ ପରେ ସୁପରଭାଇଜର୍‌ ପଦକୁ ଉନ୍ନୀତ ହୋଇଥିଲେ ।

Comments are closed.