ଭିଜିଲାନ୍ସ ଜାଲରେ ପୁଇଁନ୍ତଲା ପଂଚାୟତର ପି.ଇ.ଓ ବିହାରୀଲାଲ ବାରିକ

ବଲାଙ୍ଗୀର, ସୁଜାତା ମିଶ୍ର : ଆୟବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ବଲାଙ୍ଗିର ଜିଲ୍କା ପୁଇଁନ୍ତଲା ବ୍ଲକ ପୁଇଁନ୍ତଲା ପଂଚାୟତର ପି.ଇ.ଓ ବିହାରୀଲାଲ ବାରିକଙ୍କ ଘରେ ଭିଜିଲାନସ ରେଡ କରିଛି । ପି.ଇ.ଓଙ୍କ ଶାନ୍ତିପଡା ଘର ଏବଂ ପୁଇଁନ୍ତଲା ଅଫିସରେ ଏକକାଳୀନ ଚଢଉ ଜାରୀ ରଖିଛି ଭିଜିଲାନ୍ସ ।ଏହି ଚଢଉରେ ବଲାଙ୍ଗିର, ସମ୍ୱଲପୁର, ସୋନପୁର ଏବଂ ବରଗଡ ଜିଲ୍ଲାର ଭିଜିଲାନସ ଟିମ ସାମିଲ ହୋଇଛନ୍ତି । ପି.ଇ.ଓ ବାରିକଙ୍କ ଦୁଇ ମହଲା କୋଠା, ଜମିବାଡି, ନଗଦ ଟଙ୍କା , ସୁନା ଅଳଙ୍କାର କୁ ନେଇ ଭିଜିଲାନସ ର ଖାନତଲାସୀ ଜାରୀ ରହିଛି ।

Comments are closed.