ଲାଞ୍ଚ ନେଲାବେଳେ ଭିଜିଲାନ୍ସଦ୍ୱାରା ଗିରଫ ହେଲେ ଏନଆରଏଚଏମ ଡିପିଏମ ସୁଦୀପ କେଶ
ମାଲକାନଗିରି (ଅପୂର୍ବ ଥଣ୍ଡର) ୦୭/୦୧: ଭିଜିଲାନ୍ସ ଜାଲରେ ସ୍ୱାସ୍ଥ୍ୟ ବିଭାଗ ରେ କାର୍ଯ୍ୟରତ ଏନ ଆର ଏଚ ଏମ ଡିପିଏମ ସୁଦୀପ କେଶ । ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ଅବସ୍ଥାରେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ସୁଦୀପ।
ଖବର ଅନୁଯାୟୀ, ଏନଆରଏଚଏମ୍ ର କନିଷ୍ଠ ଯନ୍ତ୍ରୀ ନବଘନ ଖିଲ ଏକ ନିର୍ମାଣ କାମର ବିଲ କରିବା ପାଇଁ ଡିପିଏମ ଙ୍କୁ ଅନୁରୋଧ କରିଥିଲେ । ଡିପିଏମ ସୁଦୀପ କେସ ବିଲ ପାସ କରିବା ପାଇଁ ୨୦ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ନବଘନ ଖିଲ ଏନେଇ ମାଲକାନଗିରି ଦୁର୍ନୀତି ନିବାରଣ ବିଭାଗ ନିକଟରେ ହାଜର ହୋଇ କେସ ଦାୟର କରିବା ପରେ ଦୁର୍ନୀତି ନିବାରଣ ବିଭାଗର ଡିଏସପି ସୁଶାନ୍ତ କୁମାର ବିଶ୍ବାଳଙ୍କ ନେତୃତ୍ୱରେ ଏକ ଟିମ ଗତକାଲି ବୁଧବାର ସନ୍ଧ୍ୟାରେ ଡିପିଏମଙ୍କ କାର୍ଯ୍ୟାଳୟରେ ଚଢ଼ାଉ କରିଥିଲେ ।ଡିପିଏମ ସୁଦୀପ କନିଷ୍ଠ ଯନ୍ତ୍ରୀ ନବଘନଙ୍କ ଠାରୁ ୨୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଢିଥିଲେ । ଡିପିଏମ ସୁଦୀପଙ୍କୁ ଗିରଫ କରାଯିବା ସହ ପଚରା ଉଚରା କରାଯାଉଛି । ବର୍ତ୍ତମାନ ତଦନ୍ତ ଚାଲିଥିବାରୁ ସବିଶେଷ ବିବରଣୀ ମିଳିପାରି ନାହିଁ । ତଦନ୍ତ ପରେ ଡିପିଏମଙ୍କ କେତେ ସମ୍ପତ୍ତି ରହିଛି ଜଣାପଡିବ ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି ।
Comments are closed.