ନୋ ଟେନସନ୍ ! ମୁଖ୍ୟ ଶାସନ ସଚିବ କହିଲେ – ରାଜ୍ୟରେ ନାହିଁ ବାର୍ଡ ଫ୍ଲୁ

ଭୁବନେଶ୍ୱର,୬ ।୧: ଦେଶରେ ବାର୍ଡ ଫ୍ଲୁ’କୁ ନେଇ ଆତଙ୍କ ଖେଳିଯାଇଥିବା ବେଳେ ଓଡିଶାରେ ଏହି ଭୂତାଣୁ ନଥିବା ଜଣାପଡିଛି । ରାଜ୍ୟରେ ପରୀକ୍ଷା ହୋଇଥିବା ୧୧ ହଜାର ନମୁନା ନେଗେଟିଭ୍ ଆସିଛି । ବାର୍ଡ ଫ୍ଲୁ’ର ମୁକାବିଲା ଓ ପରିଚାଳନା ବୈଠକ ଶେଷ ହେବ ପରେ ଏନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ଜିଲ୍ଲା ସ୍ତରରେ ରାପିଡ ଆକ୍ସନ ଟିମ୍ ଗଠନ ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ସମ୍ପୂର୍ଣ୍ଣ ସ୍ଥିତି ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ତେବେ ବୈଠକ ପରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର କହିଛନ୍ତି ଯେ, ‘ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ବାର୍ଡ ଫ୍ଲୁ ଚିହ୍ନଟ ହୋଇନି । ତେଣୁ ବାର୍ଡ ଫ୍ଲୁ’କୁ ନେଇ ଲୋକାମାନେ ଆତଙ୍କିତ ହୁଅନ୍ତୁ ନାହିଁ । ୧୧ ହଜାର ସାମ୍ପୁଲ ପରୀକ୍ଷା ହୋଇଛି, କିନ୍ତୁ ବାର୍ଡ ଫ୍ଲୁ ଚିହ୍ନଟ ହୋଇନି ।’ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ବୈଠକରେ ଜଙ୍ଗଲ ବିଭାଗ ସଚିବ ଓ PCCF ଉପସ୍ଥିତ ଥିବା ଜଣାପଡିଛି ।

Comments are closed.