ସିଙ୍ଗାପୁରରେ ହାତ ମିଳାଇଲେ ଟ୍ରମ୍ପ ଓ କିମ ଜଙ୍ଗ

ଆମେରିକାର ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଓ ଉତର କୋରିଆ ରାଷ୍ଟ୍ରପତି ଶାସକ କିମ ଜଙ୍ଗ ଉନଙ୍କ ଦ୍ୱିତୀୟ ପର୍ଯ୍ୟାୟ ସାକ୍ଷାତ ଶେଷ ହୋଇଛି । ଉଚ୍ଚସ୍ତରୀୟ ପ୍ରତିନିଧିଙ୍କ ଉପସ୍ଥିତିରେ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି । ସିଙ୍ଗାପୁରର ସେଂଟୋସା ଦ୍ୱୀପରେ ଟ୍ରମ୍ପ ଓ କିମ ଜଙ୍ଗଙ୍କ ମଧ୍ୟରେ ଭେଟ ହେବା ପରେ ଉଭୟ ଦେଶର ନେତା ହାତ ମିଳାଇଛନ୍ତି ।

ଉଭୟ ଦେଶର ନେତାଙ୍କ ମଧ୍ୟରେ ହୋଇଥିବା ଭେଟକୁ ଐତିହାସିକ କୁହାଯାଉଛି, କାରଣ ଆମେରିକାର କୌଣସି ରାଷ୍ଟ୍ରପତି ଉତରକୋରିଆର ନେତାଙ୍କୁ ଭେଟିବା ଏହା ହେଉଛି ପ୍ରଥମ ଘଟଣା । ଅନ୍ୟପକ୍ଷରେ କ୍ଷମତାର ୭ ବର୍ଷ ପରେ କିମ ଜଙ୍ଗ ପ୍ରଥମ ଥର ପାଇଁ ଏତେ ବଡ ବିଦେଶ ଗସ୍ତ କରିଛନ୍ତି । ଏହି ଅବସରରେ ଡୋନାଲଡ ଟ୍ରମ୍ପ କହିଛନ୍ତି, ମୋର ବିଶ୍ୱାସ ଯେ, ଆମର ସଂପର୍କ ଶକ୍ତିଶାଳୀ ହେବ । ସେହିଭଳି କିମ ଜଙ୍ଗ କହିଛନ୍ତିି ସମସ୍ତ ବାଧାବିଘ୍ନକୁ ଭୁଲି ଆମର ସାକ୍ଷାତକାର ହୋଇଛି ଏପର୍ଯ୍ୟନ୍ତ ପହଚିଂବା ସହଜ ନଥିଲା ।

Comments are closed.